ସିକନ୍ଦରାବାଦ୍-ଅଗରତାଲା ଏକ୍ସପ୍ରେସରେ ଲାଗିଲା ନିଆଁ, ଓହ୍ଲାଇଗଲେ ଯାତ୍ରୀ
ବ୍ରହ୍ମପୁର ରେଳ ଷ୍ଟେସନରେ ଅଗରତାଲା -ସିକନ୍ଦରାବାଦ ଟ୍ରେନ ( ୦୭୦୩୦)ରେ ଧୂଆଁ।

ବ୍ରହ୍ମପୁର ରେଳ ଷ୍ଟେସନରେ ଅଗରତାଲା -ସିକନ୍ଦରାବାଦ ଟ୍ରେନ ( ୦୭୦୩୦)ରେ ଧୂଆଁ। ଧୂଆଁ ବାହାରୁଥିବା ଦେଖି ଯାତ୍ରୀମାନେ ଭୟଭୀତ ହୋଇ ବ୍ରହ୍ମପୁର ଷ୍ଟେସନରେ ଓହ୍ଲାଇ ପଡ଼ିଥିଲେ । ଟ୍ରେନର ବି-୫ ବଗିର ଏସିରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା।ଧୂଆଁ ଦେଖି ଭୟରେ ଯାତ୍ରୀମାନେ ବି-୫ ବଗି ପରିବର୍ତ୍ତନ ଦାବିରେ ଓହ୍ଲାଇପଡ଼ିଥିଲେ ।
ଦୀର୍ଘ ସମୟ ଧରି ଟ୍ରେନ ବ୍ରହ୍ମପୁର ଷ୍ଟେସନରେ ପଡ଼ି ରହିଛି, ସର୍ଟ ସର୍କିଟରୁ ନିଆଁ ଲାଗି ଧୂଆଁ ବାହାରୁଥିଲା । ତେବେ ଅନ୍ ଡ୍ୟୁଟି ଷ୍ଟାଫ୍ ସମସ୍ୟାର ସମାଧାନ କରିବାରେ ସଫଳ ହୋଇଛନ୍ତି। ଏହା ଏକ ସାମାନ୍ୟ ବୈଦ୍ୟୁତିକ ସମସ୍ୟା ଥିଲା ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି। ବ୍ରହ୍ମପୁର ଷ୍ଟେସନରେ ୪୫ ମିନିଟ ଅଟକିଥିଲା ଟ୍ରେନ୍। ଯାତ୍ରୀଙ୍କୁ ବୁଝାବୁଝା କଲା ପରେ ସେମାନେ ପୁଣି ଟ୍ରେନରେ ବସିଥିଲେ ।