Mann Ki Baat ରେ କେନ୍ଦ୍ରାପଡ଼ାର କମଳା ମହାରଣା
ମନ୍ କି ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରାପଡ଼ାର କମଳା ମହାରଣାଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି । କମଳାଙ୍କ ବିଷେଶତ୍ୱ ହେଲା କ୍ଷୀର ପ୍ୟାକେଟ୍ ଜରି ଓ ଅଦରକାରୀ ପ୍ଲାଷ୍ଟିକ୍ରୁ ବିଭିନ୍ନ ସାମଗ୍ରୀ ତିଆରି କରି ପାରୁଛନ୍ତି ।

Mann Ki Baat ରେ କେନ୍ଦ୍ରାପଡ଼ାର କମଳା ମହାରଣା
‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରାପଡ଼ାର କମଳା ମହାରଣାଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି । କମଳାଙ୍କ ବିଷେଶତ୍ୱ ହେଲା କ୍ଷୀର ପ୍ୟାକେଟ୍ ଜରି ଓ ଅଦରକାରୀ ପ୍ଲାଷ୍ଟିକ୍ରୁ ବିଭିନ୍ନ ସାମଗ୍ରୀ ତିଆରି କରି ପାରୁଛନ୍ତି ।
ଅଦରକାରୀ ପଲିଥିନ ଓ ପ୍ଲାଷ୍ଟିକ୍ରେ ତିଆରି ସୁନ୍ଦର କଳାକୃତି
ସଂସଦରେ ରିସାଇକିଲ୍ ପ୍ଲାଷ୍ଟିକ୍ ବୋତଲରେ ତିଆରି ଜ୍ୟାକେଟ୍ ପିନ୍ଧି ଚର୍ଚ୍ଚାକୁ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏବେ ଅଦରକାରୀ ପଲିଥିନ ଓ ପ୍ଲାଷ୍ଟିକ୍ରେ ତିଆରି ସୁନ୍ଦର କଳାକୃତି ପାଇଁ କେନ୍ଦ୍ରାପଡ଼ାର ଜଣେ ମହିଳାଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି । କିଏ ସେହି ମହିଳା ଏବଂ କ’ଣ ତାଙ୍କ ନିଆରା ଉଦ୍ୟମ, ଆସନ୍ତୁ ଜାଣିବା।
ମୋଦିଙ୍କ ‘ମନ୍ କି ବାତ୍’ରେ କେନ୍ଦ୍ରାପଡ଼ାର ମହିଳା କମଳା ମହାରଣାଙ୍କ ଉଦ୍ୟମକୁ ପ୍ରଧାନମନ୍ତ୍ରୀ ଖୁବ ପ୍ରଶଂସା କରିଛନ୍ତି। କମଳା ଅଦରଆରୀ ଜରିରୁ ପେଡି, ପାଛିଆ, ଡାଲା ଓ ବିଛଣା ସାଙ୍ଗକୁ ଭଳିକି ଭଳି ପାପୋଛ ତିଆରି କରି ପାରୁଛନ୍ତି।
ଖାଲି ଏମିତି ନୁହେଁ, ଏହା ସହ ଟୋକେଇ, ମୋବାଇଲ୍ ଷ୍ଟାଣ୍ଡ୍, ମନଲୋଭା ମନିପର୍ସ ଓ ଘର ସଜ୍ଜା ସାମଗ୍ରୀ ବି ତିଆରି କରୁଛନ୍ତି। ଆଉ ଏସବୁ ତିଆରି ପାଇଁ କ୍ଷୀର ପ୍ୟାକେଟ୍ ଜରି, ଅଦରକାରୀ ପ୍ଲାଷ୍ଟିକ୍ ଓ ବ୍ୟବହୃତ ହୋଇସାରିଥିବା ବିଭିନ୍ନ ଜରିକୁ ସଂଗ୍ରହ କରି ସେଥିରେ ଆକର୍ଷଣୀୟ ଘରକରଣା ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି କେନ୍ଦ୍ରାପଡା ଖଇରାବାଦର କମଳା ମହାରଣା।
ବୟସ ୬୦ ଡେଇଁଲାଣି। ହେଲେ ଏ ବୟସରେ ସେ ଗଢିଛନ୍ତି ଏକ ସ୍ୱୟଂ ସହାୟକ ଗୋଷ୍ଠୀ। ଏଣେ ତେଣେ ପଡିଥିବା ବ୍ୟବହୃତ ପଲିଥିନକୁ ଏକାଠି କରି ପରିଷ୍କାର କରାଯାଏ। ପରେ ତାକୁ କାଟି ସେଥିରେ ବୁଣାଯାଏ ସୁନ୍ଦର ସୁନ୍ଦର ଘରକରଣା ସାମଗ୍ରୀ ବୋଲି ନିଜେ କମଳା ମହାରଣା କହିଛନ୍ତି।
କମଳାଙ୍କ ଉଦ୍ୟମ କୌଣସି ଚମତ୍କାରଠୁ ବି କମ୍ ନୁହେଁ। କାରଣ, ଅଦରକାରୀ ପଲିଥିନ କାମରେ ଲାଗିପାରୁଛି ଏବଂ ଅନ୍ୟପଟେ ପରିବେଶ ବି ସ୍ୱଚ୍ଛ ରହୁଛି। ସ୍ୱଚ୍ଛତା ସହ ରୋଜଗାରର ମାଧ୍ୟମ ପାଲଟିଛି କମଳାଙ୍କ ଏଭଳି ନିଆରା ଉଦ୍ୟମ। ପଲିଶ୍ରି ମେଳା ଓ ବିଭିନ୍ନ ପ୍ରଦର୍ଶନୀରେ ସେ ଏହି ହାତ ତିଆରି ସାମଗ୍ରୀକୁ ବିକ୍ରି କରି ବେଶ୍ ଦୁଇ ପଇସା ରୋଜଗାର ମଧ୍ୟ କରୁଛନ୍ତି।