ବାଡ଼ି ପଛରେ ବଉଳା କୁମ୍ଭୀର, ଉଦ୍ଧାର କଲା ବନବିଭାଗ

କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଅନ୍ତର୍ଗତ ଚାନ୍ଦିବାଉଁଶମୂଳ ପଞ୍ଚାୟତ ଯଦୁଚନ୍ଦ୍ରପୁର ଗାଁରୁ ପୁଣି ଏକ ବିରାଟ ବଉଳା କୁମ୍ଭୀର ଉଦ୍ଧାର ହୋଇଛି

ବାଡ଼ି ପଛରେ ବଉଳା କୁମ୍ଭୀର, ଉଦ୍ଧାର କଲା ବନବିଭାଗ

କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଅନ୍ତର୍ଗତ ଚାନ୍ଦିବାଉଁଶମୂଳ ପଞ୍ଚାୟତ ଯଦୁଚନ୍ଦ୍ରପୁର ଗାଁରୁ ପୁଣି ଏକ ବିରାଟ ବଉଳା କୁମ୍ଭୀର ଉଦ୍ଧାର ହୋଇଛି । ରବିବାର ବିଳମ୍ବିତ ରାତିରେ କାଙ୍ଗାଳି ପାତ୍ରଙ୍କ ଘର ପଛପଟରୁ କୁମ୍ଭୀର ଉଦ୍ଧାର କରିଛି ବନବିଭାଗ। ବାଡ଼ି ପଛରେ କୁମ୍ଭୀର ଶୋଇଥିବା ଦେଖି ଲୋକେ ବନବିଭାଗକୁ ଖବର ଦେଇଥିଲେ।  ଉଦ୍ଧାର କୁମ୍ଭୀରକୁ ବାଉଁଶଗଡ ନଦୀରେ ଛଡାଯାଇଥିବା ନେଇ ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସପ୍ତାହ ପୂର୍ବେ ପେଣ୍ଠ ଖଣ୍ଡାମରାରୁ ମଧ୍ୟ ଏକ କୁମ୍ଭୀର ଉଦ୍ଧାର କରାଯାଇଥିଲା। ଏହି କୁମ୍ଭିରଟି ବ୍ରାହ୍ମଣୀ ନଦୀରୁ ଚାଲିଆସିଥିବା ଅନୁମାନ କରାଯାଉଛି। ଏହାକୁ ନେଇ ନେଇ ନଦୀ କୂଳିଆ ଲୋକମାନଙ୍କ ମଧ୍ୟରେ ପ୍ରବଳ ଭୟର ବାତାବରଣ ସୃଷ୍ଟି ହୋଇଛି ।