ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୧୦ ଶିଶୁ ଗୁରୁତର
ଦିଗପହଣ୍ଡିରେ ବଡ ଅଘଟଣ । ବିଦ୍ୟୁତ୍ ସଂସ୍ପର୍ଶରେ ଆସି କୁନିକୁନି ୧୦ ଶିଶୁ ଗୁରୁତର ହୋଇଛନ୍ତି

ଦିଗପହଣ୍ଡିରେ ବଡ ଅଘଟଣ । ବିଦ୍ୟୁତ୍ ସଂସ୍ପର୍ଶରେ ଆସି କୁନିକୁନି ୧୦ ଶିଶୁ ଗୁରୁତର ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଫାସିଗୁଡ଼ା ଗାଁରୁ ଆସିଛି ଏଭଳି ଅଭାବନୀୟ ଖବର । ତେବେ ଗାଁରେ ନାଟକ ଚାଲିଥିଲା, ବର୍ଷା ଯୋଗୁଁ ମଞ୍ଚ ତଳେ ଆଶ୍ରୟ ନେଇଥିଲେ ଛୋଟ ଛୋଟ ପିଲା । ଆଉ ସେହି ମଞ୍ଚ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲା । ଯାହାଫଳରେ ବିଦ୍ୟୁତ ଝଟକା ଖାଇଥିଲେ କୁନି କୁନି ପିଲାମାନେ । ଅସୁସ୍ଥ ଶିଶୁଙ୍କୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା, ପରେ ଗୁରୁତରଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି।