ଶେଷ ହେଲା ଚିଲିକାରେ ପକ୍ଷୀ ଗଣନା କାର୍ଯ୍ୟ
ଶେଷ ହେଲା ଚିଲିକାରେ ପକ୍ଷୀ ଗଣନା କାର୍ଯ୍ୟ। ତେବେ ଗତବର୍ଷ ଅପେକ୍ଷା ଚଳିତବର୍ଷ ୧୮୭ ପ୍ରଜାତିର ପକ୍ଷୀଙ୍କ ଆଗମନ ହୋଇଛି

ଶେଷ ହେଲା ଚିଲିକାରେ ପକ୍ଷୀ ଗଣନା କାର୍ଯ୍ୟ। ତେବେ ଗତବର୍ଷ ଅପେକ୍ଷା ଚଳିତବର୍ଷ ୧୮୭ ପ୍ରଜାତିର ପକ୍ଷୀଙ୍କ ଆଗମନ ହୋଇଛି । ସେଥିମଧ୍ୟରୁ ଏକ ନୂତନ ଅତିଥୀ ଭାବେ ପଲାସ ଫିସ୍ ଇଗଲ୍ ନାମକ ପକ୍ଷୀ ଦେଖିବାକୁ ମିଳିଛି । ତେବେ ଚଳିତବର୍ଷ ୫ ହଜାର ୮୩୦ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ତେବେ ସର୍ବ ମୋଟ ୧୧ ଲକ୍ଷ ୩୭ ହଜାର ୭୫୯ ପକ୍ଷୀ ଚିଲିକା କୁ ଆସିଛନ୍ତି । ସେଥିମଧ୍ୟରୁ କେବଳ ନଳବଣରେ ୩ ଲକ୍ଷ ୪୨ ହଜାର ୮୯୭ ପକ୍ଷୀ ରହୁଥିବା ଦେଖିବାକୁ ମିଳିଛି । ଗତବର୍ଷ ୧୮୪ ପ୍ରଜାତିର ୧୧ଲକ୍ଷ ୩୧ ହଜାର ୯୨୯ ପକ୍ଷୀ ଆସିଥିଲେ। ଗଣନାରେ ନର୍ଦର୍ଣ୍ଣ ପିନଟେଲ୍ ପ୍ରଜାତିର ପକ୍ଷୀଙ୍କ ସଂଖ୍ୟା ସର୍ବାଧିକ ରହିଛି । ଏମାନଙ୍କ ସଂଖ୍ୟା ହେଲା ୨ ଲକ୍ଷ ୧୮ ହଜାର ୬୫୦। ସେହିଭଳି ୧ ଲକ୍ଷ ୪୦ ହଜାର ୩୮୨ଟି ଉଇଜନ ପକ୍ଷୀ, ୮୨୦ ଟି ଫ୍ଲେମିଙ୍ଗୋ ଆସିଛନ୍ତି । ଏନେଇ ଚିଲିକା ବନ୍ୟପ୍ରାଣୀ ଡିଏଫଓ ଅମ୍ଲାନ ନାୟକ ସୂଚନା ଦେଇଛନ୍ତି ।