୨୭ ଜଣିଆ ନିର୍ବାଚନ ଇସ୍ତାହାର କମିଟି ଘୋଷଣା କଲା ବିଜେପି
୨୪ ସାଧାରଣ ନିର୍ବାଚନ ପାଇଁ ଇସ୍ତାହାର କମିଟି ଘୋଷଣା କଲା ବିଜେପି

୨୪ ସାଧାରଣ ନିର୍ବାଚନ ପାଇଁ ଇସ୍ତାହାର କମିଟି ଘୋଷଣା କଲା ବିଜେପି । ୨୭ ଜଣିଆ ନିର୍ବାଚନ ଇସ୍ତାହାର କମିଟି ଘୋଷଣା କରିଛି ଦଳ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କମିଟିର ଅଧ୍ୟକ୍ଷ ହୋଇଛନ୍ତି । ସେହିଭଳି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆବାହକ, ପୀୟୂଷ ଗୋୟଲଙ୍କୁ ସହ-ଆବାହକ ଦାୟିତ୍ବ ମିଳିଛି । ଅର୍ଜୁନ ମୁଣ୍ଡା, ଭୂପେନ୍ଦ୍ର ଯାଦବ, ହିମନ୍ତ ବିଶ୍ବଶର୍ମା କମିଟି ସଦସ୍ୟ ରହିଛନ୍ତି ।
ଅନ୍ୟପଟେ ଓଡ଼ିଶା ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି । ପଞ୍ଚମ ପର୍ଯ୍ୟାୟ ତାଲିକାରେ ଓଡ଼ିଶା ପାଇଁ ୧୮ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି । ହେଲେ କଟକ, ଯାଜପୁର ଓ କନ୍ଧମାଳ ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇନି। ଏଥର ସମ୍ୱଲପୁରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରାପଡ଼ାରୁ ବୈଜୟନ୍ତ ପଣ୍ଡା, ଭୁବନେଶ୍ୱରରୁ ଅପରାଜିତା ଷଡଙ୍ଗୀ, ପୁରୀରୁ ସମ୍ୱିତ ପାତ୍ର, ବାଲେଶ୍ୱରରୁ ପ୍ରତାପ ଷଡଙ୍ଗୀ ପ୍ରାର୍ଥୀ ହୋଇଛନ୍ତି।