ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ନିଲମ୍ବିତ ହେଲେ ଏହି ନେତ୍ରୀ

ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜୁ ଜନତା ଦଳ ସେତେ କଠୋର ହେବାରେ ଲାଗିଛି। ଦଳ ବିରୋଧୀ କାମର ପ୍ରମାଣ ମିଳିଲେ ଦଳ ତୁରନ୍ତ ପଦକ୍ଷେପ ଗ୍ରହଣ କରୁଛି। ସେମିତି ଆଜି ଦଳ ଜଣେ ନେତ୍ରୀଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ନିଲମ୍ବିତ କରିଛି। ସେ ହେଲେ ମୀନତି ଦେବତା।
ଆଜି ଦଳ ତରଫରୁ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଏକ ନିର୍ଦ୍ଦେଶନାମା ଜାରୀ କରାଯାଇଛି।