ବିଜେପିର ନିର୍ବାଚନ ଇସ୍ତାହାର କମିଟି ମୁଖ୍ୟ ହେବେ ରାଜନାଥ ସିଂହ

କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ ବିଜେପିର ନିର୍ବାଚନ ଇସ୍ତାହାର କମିଟି ମୁଖ୍ୟ ହେବେ।

ବିଜେପିର ନିର୍ବାଚନ ଇସ୍ତାହାର କମିଟି ମୁଖ୍ୟ ହେବେ ରାଜନାଥ ସିଂହ

କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ ବିଜେପିର ନିର୍ବାଚନ ଇସ୍ତାହାର କମିଟି ମୁଖ୍ୟ ହେବେ। ନିର୍ମଳା ସୀତାରମଣ ଏବଂ ପୀୟୂଷ ଗୋୟଲ ସଂଯୋଜକ ଏବଂ ସହ ସଂଯୋଜକ ନିଯୁକ୍ତ ହେବେ। ବିଜେପି ଆଜି ଲୋକସଭା ନିର୍ବାଚନ ପାଇଁ ଏହାର ନିର୍ବାଚନ ଇସ୍ତାହାର କମିଟି ଘୋଷଣା କରିଥିବାବେଳେ ଉପରୋକ୍ତ ନିଯୁକ୍ତିଗୁଡ଼ିକ ସ୍ପଷ୍ଟ ହୋଇଯାଇଛି।

ତାଲିକାରେ ମଧ୍ୟ ମୁଖ୍ୟ ମନ୍ତ୍ରୀ ବିଷ୍ଣୁ ଦେଓ ସାଇ, ମୋହନ ଯାଦବ, ହିମନ୍ତ ଶର୍ମାଙ୍କ ନାଁ ରହିଛି। ବିଜେପିର ଘୋଷଣା ଅନୁଯାୟୀ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ କମିଟିର ମୁଖ୍ୟ ରହିବେ ଏବଂ କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରମଣ ଓ ପୀୟୁଷ ଗୋୟଲ ଯଥାକ୍ରମେ ସଂଯୋଜକ ଏବଂ ସହ ସଂଯୋଜକ ରହିବେ।ବିଜେପି ଦ୍ବାରା ଜାରି ହୋଇଥିବା ୨୭ ସଦସ୍ୟ ବିଶିଷ୍ଠ ତାଲିକାରେ ମଧ୍ୟ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ନାଁ ରହିଛି। ଦଳ ମଧ୍ୟ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମାଙ୍କୁ ନିର୍ବାଚନ ଇସ୍ତାହାର କମିଟିର ସଦସ୍ୟ ନିଯୁକ୍ତ କରିଛି। କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ, ଅର୍ଜୁନ ରାମ ମେଘୱାଲ, ରାଜୀବ ଚନ୍ଦ୍ରଶେଖର, କିରେନ ରିଜିଜୁ, ରାଜୀବ ଚନ୍ଦ୍ରଶେଖର ଏବଂ ସ୍ମୃତି ଇରାନୀ ମଧ୍ୟ କମିଟିର ସଦସ୍ୟ ନିଯୁକ୍ତ ହୋଇଛନ୍ତି।