ତିହାର ଜେଲ୍ ଗଲେ ଅରବିନ୍ଦ କେଜ୍ରିୱାଲ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୧୫ ଦିନ ଲାଗି ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି

ତିହାର ଜେଲ୍ ଗଲେ ଅରବିନ୍ଦ କେଜ୍ରିୱାଲ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୧୫ ଦିନ ଲାଗି ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ତାଙ୍କୁ ତିହାର ଜେଲ୍‌ରେ ରଖାଯିବ । କେନ୍ଦ୍ରୀୟ ଏଜେନ୍ସୀ ମୁଖ୍ୟମନ୍ତ୍ରୀଙ୍କୁ ୧୫ ଦିନ ପର୍ଯ୍ୟନ୍ତ ବିଚାର ବିଭାଗ ହାଜତକୁ ପଠାଇବାକୁ ଦାବୀ କରିଥିଲେ ଯାହା ଉପରେ ଆଜି ରାଉଜ୍ ଆଭେନ୍ୟୁ କୋର୍ଟ ମୋହର ଲଗାଇଛନ୍ତି ।

ତେବେ କୋର୍ଟରେ ହାଜର ହେବାକୁ ଯାଉଥିବା ସମୟରେ କେଜ୍ରିୱାଲ କହିଛନ୍ତି, 'ପ୍ରଧାନମନ୍ତ୍ରୀଜୀ ଆପଣ ଯାହା କରିବାକୁ ଯାଉଛନ୍ତି ଠିକ୍ କରୁନାହାନ୍ତି' ।

କେଜ୍ରିୱାଲ କୋର୍ଟରେ ହାଜର ହେବା ପୂର୍ବରୁ ତିହାର ଜେଲ୍‌ରେ ବୈଠକର ଆୟୋଜନ ହୋଇଥିଲା କି ମୁଖ୍ୟମନ୍ତ୍ରୀଙ୍କୁ କେତେ ନମ୍ବର ଜେଲ୍‌ରେ ରଖାଯିବ । କେନ୍ଦ୍ରୀୟ ଏଜେନ୍ସୀ କୋର୍ଟଙ୍କୁ କହିଥିଲେ କି କେଜ୍ରିୱାଲ ଯାଞ୍ଚରେ ସହଯୋଗ କରୁନାହାନ୍ତି । ସେ ବେଶ୍ ଗୋଳମାଳ ଜବାବ ଦେଉଛନ୍ତି ଓ ନିଜ ଆଇଫୋନ୍ ପାସୱାର୍ଡ ବି ଦେଉନାହାନ୍ତି । ତେଣୁ ଆଗକୁ ତାଙ୍କ ଯାଞ୍ଚ ବଢାଯିବ ।