ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ ତରଫରୁ ବାସଗୃହ ପ୍ରଦାନ

ଓଡ଼ିଶାର ଅଗ୍ରଣୀ ସ୍ୱେସ୍ଥାସେବୀ ଅନୁଷ୍ଠାନ ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ ତରଫରୁ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ବାଲିତୁଠ ପଞ୍ଚାୟତ ବିଜିପୁର ଗ୍ରାମ  ଅନ୍ତର୍ଗତ ଅସହାୟ ଏବଂ ବାସହୀନ ବିଜୟ ପରିବାରକୁ ବାସଗୃହ ପ୍ରଦାନ କରାଯାଇଛି

ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ ତରଫରୁ ବାସଗୃହ ପ୍ରଦାନ

ଓଡ଼ିଶାର ଅଗ୍ରଣୀ ସ୍ୱେସ୍ଥାସେବୀ ଅନୁଷ୍ଠାନ ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ ତରଫରୁ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ବାଲିତୁଠ ପଞ୍ଚାୟତ ବିଜିପୁର ଗ୍ରାମ  ଅନ୍ତର୍ଗତ ଅସହାୟ ଏବଂ ବାସହୀନ ବିଜୟ ପରିବାରକୁ ବାସଗୃହ ପ୍ରଦାନ କରାଯାଇଛି | ସୁଚନା ଯୋଗ୍ୟ କି, ବିଜୟ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକ । ପରିବାର କହିଲେ ସ୍ତ୍ରୀ ଏବଂ ଦୁଇ ଛୋଟ ଝିଅ । ରାଜମିସ୍ତ୍ରୀ କାମ କରି ପରିବାର ପ୍ରତିପୋଷଣ କରୁଥିଲେ । ହେଲେ ଭାଗ୍ୟର ବିଡ଼ମ୍ବନା ଏମିତି ଯେ, ସେ ବ୍ରେନ୍ ଷ୍ଟ୍ରୋକ ରେ ଆଘାତ ହୋଇ ଏବେ 6 ମାସରୁ ଅଧିକ ସମୟ ହେବ ଶଯ୍ୟାଶାୟୀ।ଘର କହିଲେ ଫଟା ଜରି ପାଲ ଘର । ଅତ୍ୟନ୍ତ ଦୟନୀୟ ଜୀବନ ଜାପାନ କରୁଥିଲେ । 

 ବିଭିନ୍ନ ଗଣମାଧ୍ୟମରୁ ଏହି ଦୟନୀୟ ଖବର ପାଇ ମା ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ସଭାପତି ତଥା ସମାଜସେବୀ ଇଞ୍ଜିନିୟର ଶଙ୍ଖେଶ୍ଵର ପ୍ରସାଦ ମହାନ୍ତି ଏବଂ ତାଙ୍କ ଟିମ ବିଜୟଙ୍କ ଘରେ ପହଞ୍ଚି ତାଙ୍କୁ 2 ବଖରା ଘର କରି ଦେବେ ବୋଲି ପ୍ରତିଶୃତି ଦେଇଥିଲେ । ସେହି ପ୍ରତିଶୃତି ରକ୍ଷା କରି ଗତ ସ୍ଵାଧୀନତା ଦିବସରେ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରି ଆଜି ବିଜୟଙ୍କ ପରିବାରକୁ ଗୃହ ପ୍ରବେଶ କରାଇଛନ୍ତି । ଆଜି ବିଜୟଙ୍କ ପରିବାର ଫଟା ଜରି ପାଲ ଘରୁ ସ୍ଵାଧୀନ ହୋଇ ପକା ଘରକୁ ପ୍ରବେଶ କରି ବହୁତ ଆନନ୍ଦିତ। ସଙ୍ଗଠନର ସଭାପତି ଏହି ମହାନ କାର୍ଯ୍ୟ ଲାଗି ସହାୟତା ପ୍ରଦାନ କରିଥିବା ସମସ୍ତ ଦାତାମାନଙ୍କୁ ଏବଂ ଏହି କାର୍ଯ୍ୟକୁ ସୂଚାରୁ ରୁପେ ସମ୍ପାଦନ କରିଥିବା ସମସ୍ତ ସଦସ୍ୟ ମାନଙ୍କୁ ହୃଦୟର ଗଭୀରତମ ପ୍ରଦେଶରୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ମା ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ବଦାନ୍ୟତା ପାଇଁ ବିଜୟ, ତାଙ୍କ ପତ୍ନୀ ଏବଂ ତାଙ୍କ ପରିବାର କୃତଜ୍ଞତା ଜଣାଇଥିବା ବେଳେ ଅନୁଷ୍ଠାନର ଏହି କାର୍ଯ୍ୟକୁ ଏରସମା ବ୍ଲକରେ ଭୁୟୀୟସୀ ପ୍ରଶଂସା କରାଯାଇଛି |