ପୁଅ ହାଣି ଦେଲା ମା କୁ,
ପାରାଦୀପ ଉପକଣ୍ଠ ଭୂତୁମୁଣ୍ଡାଇ ଗ୍ରାମ କୂମ୍ଭାର ସାହିରେ ବିଭତ୍ସ ହତ୍ୟାକାଣ୍ଡ

ପାରାଦ୍ଵୀପ - ପାରାଦୀପ ଉପକଣ୍ଠ ଭୂତୁମୁଣ୍ଡାଇ ଗ୍ରାମ କୂମ୍ଭାର ସାହିରେ ବିଭତ୍ସ ହତ୍ୟା।
ପାରାଦ୍ୱୀପ ଉପକଣ୍ଠ ଭୂତମୁଣ୍ଡାଇ ଗ୍ରାମରେ ଆଜି ସକାଳୁ ଏକ ଅଭାବନୀୟ ଘଟଣା ଘଟି ଯାଇଛି ।
ପୁଅର କଟୁରୀ ଚୋଟରେ ଚାଲି ଯାଇଛି ମାଆର ଜୀବନ। ମାଆ ସୁଲୋଚନାଙ୍କୁ ତାଙ୍କ ସାନପୁଅ ଅଂଶୁମାନ ବେହେରା ହତ୍ୟା କରିଛି।
ହତ୍ୟାକାଣ୍ଡ ସମ୍ପର୍କରେ ଖବର ପାଇ ଲକ ଥାନା ପୁଲିସ ହତ୍ୟାକାରୀ ପୁଅକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।
ତେବେ ଅଭିଯୁକ୍ତ ପୁଅ ମାନସିକ ବିକୃତ ଥିବା ଜଣା ପଡିଛି । ମୃତ ମା ସୁଲୋଚନା ଦେବୀ ନୂଆଗଡ ଶ୍ରୀମା ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷୟତ୍ରୀ ଭାବେ କାର୍ୟ୍ୟ କରୁଥିଲେ ।
ସକାଳୁ ପୂଜା ସାରି , ପୂଜା ପାଣି ଛିଞ୍ଚି ଥିଲେ ପୁଅ ଅଂଶୁମାନ ଉପରକୁ। ପୂଜା ପାଣି ଛିଞ୍ଚିବାକୁ ନେଇ ମୁଣ୍ଡକୁ ହାଣି ହତ୍ୟା କଲା ପୁଅ । ଅଂଶୁମାନ ସୁଲୋଚନା ଙ୍କ ସାନ ପୁଅ ବୋଲି ଜଣାପଡ଼ିଛି।
ଏହି ଘଟଣା ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ହତ୍ୟାକାଣ୍ଡର ପ୍ରକୃତ ରହସ୍ୟ ଏଯାଏଁ ଅସ୍ପଷ୍ଟ ରହିଛି।
ଘଟଣାସ୍ଥଳରେ ଲକ୍ ଥାନା ପୋଲିସ ଓ ପାରାଦ୍ଵୀପ ଅତିରିକ୍ତ ଏସପି ପହଞ୍ଚି କରୁଛନ୍ତି ତଦନ୍ତ।