ସାଧାରଣ ନିର୍ବାଚନ 2024 ରେ ବଢ଼ିଲେ ଭୋଟର୍

ଜଗତସିଂହପୁର ଜିଲ୍ଲା ରେ ଭୋଟ ଦେବେ 51,611 ନୂତନ ଭୋଟର

ସାଧାରଣ ନିର୍ବାଚନ 2024 ରେ ବଢ଼ିଲେ ଭୋଟର୍

ଜଗତସିଂହପୁର, ତା 3.04.24 ରିଖ:ଚଳିତବର୍ଷ ନିର୍ବାଚନ କମିଶନ ଙ୍କ ପକ୍ଷରୁ ଆଦର୍ଶ ଆଚରଣ ବିଧି ଲାଗୁ ହେବାପରେ ନିର୍ବାଚନ କୁ ନେଇ ଭୋଟର ମାନଙ୍କ ମଧ୍ୟରେ ଅହେତୁକ କୌତୁହଳ ଦେଖାଦେଇଛି। ବିଶେଷ କରି ନୂତନ ଭୋଟର ମାନଙ୍କ ମଧ୍ୟରେ ମତଦାନ କୁ ନେଇ ଆଗ୍ରହ ପ୍ରକାଶ ପାଇଛି। ଜଗତସିଂହପୁର ଜିଲ୍ଲା ରେ ଗତ 2019 ସାଧାରଣ ନିର୍ବାଚନ ରେ ମୋଟ 9,04,099 ଜଣ ମତଦାତା ଥିଲେ। ମାତ୍ର 2024 ସାଧାରଣ ନିର୍ବାଚନ ରେ ଏହି ସଂଖ୍ଯା 9,55,710 କୁ ପହଞ୍ଚିଛି, ଯେଉଁଥିରେ ନୂତନ ଭୋଟର 51,611 ଜଣ ରହିଛନ୍ତି। ଜିଲ୍ଲା ର 4 ଟି ନିର୍ବାଚନୀ କ୍ଷେତ୍ର ମଧ୍ୟରୁ 101 ପାରାଦ୍ଵୀପ କ୍ଷେତ୍ରରେ 2019 ନିର୍ବାଚନ ରେ 2,07,867 ଜଣ ମତଦାତା ଥିବାବେଳେ 2024 ନିର୍ବାଚନ ରେ 2,18,893 ଜଣ ମତଦାତା ଅଛନ୍ତି। ସେହିପରି 102 ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ରେ 2019 ରେ 2,34,179 ଜଣ ମତଦାତା ଥିବାବେଳେ 2024 ନିର୍ବାଚନ ପାଇଁ 2,48,241 ଜଣ ମତଦାତା ପଞ୍ଜୀକୃତ ହୋଇଛନ୍ତି। 103 ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ରେ 2019 ରେ 2,50,843 ଜଣ ମତଦାତା ଥିଲେ ଯାହା 2024 ରେ 2,69,214 ଜଣ ରେ ପହଞ୍ଚିଛି। ସେହିପରି 104 ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ରେ 2019 ରେ 2,11,210 ଜଣ ମତଦାତା ଥିବାବେଳେ 2024 ରେ 2,19,362 ଜଣ ମତଦାତା ରହିଛନ୍ତି। ଜିଲ୍ଲା ରେ 2024 ସାଧାରଣ ନିର୍ବାଚନ ନିମନ୍ତେ 18,364 ଜଣ ନୂତନ ପୁରୁଷ ମତଦାତା ଓ 33,265 ଜଣ ନୂତନ ମହିଳା ମତଦାତା ପଞ୍ଜୀକୃତ ହୋଇଥିବା ବେଳେ ତୃତୀୟ ଲିଙ୍ଗି ମତଦାତା ଙ୍କ ସଂଖ୍ୟା 115 ରୁ 97 କୁ ହ୍ରାସ ପାଇଛି।