ଜେଏସଡବ୍ଲୁ ଫାଉଣ୍ଡେସନ ପକ୍ଷରୁ ୪୬୩ ଜଣ ରୋଗୀଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ପ୍ରଦାନ

ଜେଏସଡବ୍ଲୁ ଫାଉଣ୍ଡେସନ ପକ୍ଷରୁ ମୁମ୍ବାଇର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜଗନ୍ନାଥ କ୍ୟାନସର ଏଡ୍ ଫାଉଣ୍ଡେସନ ଆନୁକୁଲ୍ୟରେ ଏହି ଶିବିର ଆୟୋଜନ କରା ଯାଇଥିଲା।

ଜେଏସଡବ୍ଲୁ ଫାଉଣ୍ଡେସନ ପକ୍ଷରୁ ୪୬୩ ଜଣ ରୋଗୀଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ପ୍ରଦାନ

ପାରାଦୀପ:-  ଜେଏସଡବ୍ଲୁ ପ୍ରକଳ୍ପ ପ୍ରସ୍ତାବିତ ଅଞ୍ଚଳ ଏରସମା ବ୍ଲକ ଅନ୍ତର୍ଗତ ନୁଆଗାଁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ମାଗଣା ମେଗା ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଜେଏସଡବ୍ଲୁ ଫାଉଣ୍ଡେସନ ପକ୍ଷରୁ ମୁମ୍ବାଇର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜଗନ୍ନାଥ କ୍ୟାନସର ଏଡ୍ ଫାଉଣ୍ଡେସନ ଆନୁକୁଲ୍ୟରେ ଏହି ଶିବିର ଆୟୋଜନ କରାଯାଇଥିଲା। ରବିବାର ଏହି ଦିନିକିଆ ସ୍ବାସ୍ଥ୍ୟ ଶିବିରରେ ମୁଖ୍ୟତଃ କର୍କଟ ରୋଗ ନିରୂପଣ ପରୀକ୍ଷା କରାଯାଇଥିଲା ବେଳେ ଏଥି ସହିତ ମଧୁମେହ, ରକ୍ତଚାପ,ଏସପିଓ ୨, ପଲସ୍, ତାପମାତ୍ରା ଭଳି ବିଭିନ୍ନ ରୋଗର ପରୀକ୍ଷା ମଧ୍ୟ କରାଯାଇଥିଲା। ମୁମ୍ବାଇର ପ୍ରସିଦ୍ଧ ଟାଟା ମେମୋରିଆଲ କ୍ୟାନସର ହସପିଟାଲର ବରିଷ୍ଠ ତଥା ଅଭିଜ୍ଞ ଡଃ ଶିଶିର ସେଟ୍ଟୀ ରୋଗ ନିରୁପଣ କରିବା ସହିତ ରୋଗର ପରବର୍ତ୍ତୀ ଚିକିତ୍ସା ତଥା ଅସ୍ତ୍ରୋପଚାର ନେଇ ପରାମର୍ଶ ଦେଇଥିଲେ ।

ଏହା ବ୍ୟତୀତ ଏହି ମାଗଣା ମେଗା ସ୍ବାସ୍ଥ୍ୟ ଶିବିରରେ ଜଗନ୍ନାଥ ଏଡ୍ ଫାଉଣ୍ଡେସନ ପକ୍ଷରୁ ଭେଷଜ ବିଭାଗର ବିଶେଷଜ୍ଞ ଡଃ ସମ୍ବିତ ସୁବୁଦ୍ଧି, ଅସ୍ଥିଶଲ୍ୟ ବିଭାଗର ବିଶେଷଜ୍ଞ ଡକ୍ଟର kusala verma,ଓ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଡ଼ା ସ୍ମୃତି ରକ୍ଷା ବାଟୱାନିଙ୍କ ସହିତ ଡକ୍ଟର ଆୟୁଷ ଅଗ୍ରୱାଲ,ଡକ୍ଟର କୁମାର ଆୟୁଷ ପ୍ରମୁଖ ଯୋଗ ଦେଇଥିଲେ। ସେହି ଅନୁସାରେ ବିଭିନ୍ନ ବିଭାଗର ବିଶେଷଜ୍ଞ ମାନେ ରୋଗ ସମ୍ପର୍କରେ ତାର ନିରାକରଣ ନିମିତ୍ତ ପରାମର୍ଶ ଦେଇଥିଲେ। ଏହି ଶିବିରରେ ବିଶେଷ କରି ନୂଆଗାଁ ଓ ଗଡ଼କୁଜଙ୍ଗ ସହିତ ଆଖପାଖ ଅଞ୍ଚଳର  ଲୋକମାନେ ଯୋଗ ଦେଇଥିଲେ। ଏହି ମେଗା ସ୍ବାସ୍ଥ୍ୟ ଶିବିରରେ ୪୬୩ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହିତ ମାଗଣା ଔଷଧ ପ୍ରଦାନ କରାଯାଇଥିଲା। ଏତେ ସଂଖ୍ୟାରେ ରୋଗୀ ଆସିବା ରାଜ୍ୟରେ କମ୍ପାନୀ ପକ୍ଷରୁ ସର୍ବାଧିକ ବୋଲି କୁହାଯାଇଛି।

            ଏହି ଶିବିରରେ ଜେ ଏସ ଡ ବ୍ଲୁ  ଉତ୍କଳ ଷ୍ଟିଲର  ପାରାଦୀପ ୟୁନିଟର ବରିଷ୍ଠ ଅଧିକାରୀ ଏନ୍ ପୁରୋହିତ, ପାରାଦୀପ ପ୍ରକଳ୍ପ ସି ଏସ ଆର ମୁଖ୍ୟ ଅଧିକାରୀ ଅଭିଜିତ ମହାନ୍ତି,ଓ ନରେନ୍ଦ୍ର ବାରିକ,ସିଦ୍ଧାର୍ଥ ଦେ ପ୍ରମୁଖ ଉପସ୍ଥିତ ରହିଥିଲେ। ଏଥି ସହିତ ଜେ ଏସ ଡ ବ୍ଲୁ ର ସ୍ଥାନୀୟ କାର୍ଯ୍ୟାଳୟର ଭି ଏଲ ସି ମାନେ ସ୍ବୋଛାସେବୀ ଭାବେ ଏହି ଶିବିରକୁ ପରିଚାଳନା କରିଥିଲେ। ସ୍ଥାନୀୟ ପଞ୍ଚାୟତର ସରପଞ୍ଚ ସୁଚିତ୍ରା ମନ୍ତ୍ରୀଙ୍କ ତତତ୍ଵାବଧାନରେ ସ୍ଥାନୀୟ ଯୁବ ଗୋଷ୍ଠୀ ପ୍ରତ୍ୟେକ୍ଷ ଭାବେ ଏହି ଶିବିରର ପରିଚାଳନାରେ ସହଯୋଗ କରିଥିଲେ। jsw foundation ପକ୍ଷରୁ ଏହି ସ୍ବାସ୍ଥ୍ୟ ସେବା ଶିବିର ଆୟୋଜନ ହୋଇଥିବା ବେଳେ ଅନେକ ଲୋକ ସେମାନଙ୍କ ରୋଗ ବିଷୟରେ ଜାଣିବା ସହିତ ଅଭିଜ୍ଞ ଡକ୍ଟରଙ୍କ ପରାମର୍ଶ ମଧ୍ୟ ପାଇ ପାରିଥିବାରୁ ସ୍ଥାନୀୟ ଅଂଚଳର ତପନ ସାମନ୍ତରାୟ,କବିର ପ୍ରଧାନ, ନିର୍ମଳା ନାୟକ ପ୍ରମୁଖ ଖୁସି ପ୍ରକାଶ କରିବା ସହିତ ପ୍ରଶଂସା କରିଛନ୍ତି।


              ତେବେ ଜେ ଏସ ଡ ବ୍ଲୁ ରାଜ୍ୟର ରାଜସ୍ୱ ବୃଦ୍ଧି ପାଇଁ ସର୍ବାଧିକ ଭାଗିଦାରୀ ହୋଇଥିଲା ବେଳେ ସାଧାରଣ ଲୋକଙ୍କ ସାମାଜିକ ଓ ପାରିପାର୍ଶ୍ବିକ ଉନ୍ନୟନ ପାଇଁ ମଧ୍ୟ ସଙ୍କଳ୍ପବଦ୍ଧ। ସେଥିପାଇଁ ଏହି ତିନି ପଞ୍ଚାୟତରେ ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟ ସେବାକୁ ଜେ ଏସ ଡ ବ୍ଲୁ ପକ୍ଷରୁ ପ୍ରାଥମିକତା ଦିଆଯାଇଛି। ଆଗାମୀ ଦିନରେ ନିୟମିତ ବ୍ୟବଧାନରେ ଏହିଭଳି ସ୍ବାସ୍ଥ୍ୟ ଶିବିରର ଆୟୋଜନ କରାଯିବ ବୋଲି ଜଗନ୍ନାଥ କ୍ୟାନସର ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି।