ଉପସଭାପତି ପଦକୁ ନେଇ ରାଜନୀତି ସରଗରମ

ଜଗତସିଂହପୁର ଜିଲ୍ଲା ବିଜେଡି ର କର୍ମକର୍ତ୍ତା ଙ୍କ ତାଲିକା ଘୋଷଣା ହେବା ପରେ ଜିଲ୍ଲାର ଉପ ସଭାପତି ପଦକୁ ନେଇ ଏବେ ରାଜନୀତି ସରଗରମ ହେବାରେ ଲାଗିଛି।

ଉପସଭାପତି ପଦକୁ ନେଇ ରାଜନୀତି ସରଗରମ

ଜଗତସିଂହପୁର ଜିଲ୍ଲା ବିଜେଡି ର କର୍ମକର୍ତ୍ତା ଙ୍କ ତାଲିକା ଘୋଷଣା ହେବା ପରେ ଜିଲ୍ଲାର ଉପ ସଭାପତି ପଦକୁ ନେଇ ଏବେ ରାଜନୀତି ସରଗରମ ହେବାରେ ଲାଗିଛି। ପାରାଦୀପ ନିର୍ବାଚନ ମଣ୍ଡଳୀ ର ଯୁବ ବିଜେଡି ନେତା (ବାପୁ) ଓରଫ୍ ଜ୍ୟୋତିକାନ୍ତ ପରିଡା ଙ୍କୁ ଜିଲ୍ଲାର ଉପ ସଭାପତି ଭାବେ ନିଯୁକ୍ତି ମିଳିଛି। ହେଲେ ବାପୁ ଙ୍କୁ ଏହି ନିଯୁକ୍ତି ମିଳିବା ପରେ ବିଭିନ୍ନ ଗଣମାଧ୍ୟମ ତଥା ସୋସିଆଲ ମିଡିଆରେ ଜ୍ୟୋତିକାନ୍ତ ପରିଡା (ବାପୁ )ଙ୍କ ନାମରେ ବିଭିନ୍ନ ଅପରାଧିକ ଘଟଣା ରେ ସଂପୃକ୍ତ ଥିବା ନେଇ ଅପପ୍ରଚାର କରା ଯାଉଛି ବୋଲି ଗଣମାଧ୍ୟମ ଆଗରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସଫେଇ ଦେଇଛନ୍ତି।

ଦୀର୍ଘବର୍ଷ ଧରି ବିଜେଡି ର ସମସ୍ତ କାର୍ଯ୍ୟକ୍ରମ ରେ ବାପୁଙ୍କ ସକ୍ରିୟ ସହଯୋଗ ରହିଥିବା ବେଳେ ବିଜେଡି ଦଳ ପାଇଁ ବିଭିନ୍ନ ପଦପଦବୀ ତାଙ୍କୁ ରଖା ଯାଇଛି ଏବଂ ସେହି କାର୍ଯ୍ୟ ଗୁଡିକୁ ସେ ସୂଚାରୁ ରୂପେ ତୁଲାଇ ଆସିଛନ୍ତି ବୋଲି କହିଛନ୍ତି। ଯାହାକୁ ଲକ୍ଷ କରି ବିଜେଡି ଦଳ ତରଫରୁ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଦଳୀୟ ସଂଗଠନ କୁ ମଜଭୂତ କରିବା ଲକ୍ଷ ରେ ଜଗତସିଂହପୁର ଜିଲ୍ଲା ବିଜେଡି ର କର୍ମକର୍ତ୍ତା ଙ୍କ ତାଲିକା ଘୋଷଣା କରାଯାଇଛି। ହେଲେ ଉପ ସଭାପତି ଭାବେ ନିଯୁକ୍ତି ପାଇଥିବା ବାପୁ ଓରଫ ଜ୍ୟୋତିକାନ୍ତ ପରିଡାଙ୍କ ନାମ ଘୋଷଣା ହେବା ପରେ କିଛି ଖଳପ୍ରକୃତି ଲୋକ ମାନଙ୍କୁ ଏହା ହଜମ ହେଉନାହିଁ ବୋଲି ସେ ଯୁକ୍ତି ବାଢିଛନ୍ତି। ତେଣୁ ତାଙ୍କ ନାମରେ ଥିବା ବିଭିନ୍ନ ଅପରାଧୀକ ମାମଲା l ୨୦୦୯ମସିହା ରୁ କୋର୍ଟ ରେ ସମସ୍ତ ଫଇସଲା ହୋଇ ସାରିଥିବା ବେଳେ ତାକୁ ପୁନର୍ବାର ଏବେ ବିଭିନ୍ନ ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରେ ଅପପ୍ରଚାର କୁ ସେ ନିନ୍ଦା କରିବା ସହିତ ତାଙ୍କୁ ଦିଆ ଯାଇଥିବା ଗୁରୁଦାୟିତ୍ୱ କୁ ନେଇ କାର୍ଯ୍ୟ କରିବେ ବୋଲି କହିଛନ୍ତି।

ଏଥି ସହିତ ସେ ବିଭିନ୍ନ ସମୟରେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ବେଳେ ବାପୁଙ୍କୁ କିପରି ଓ କିଏ ସଂଗଠନ ଦାୟିତ୍ୱ ଦେଇଛନ୍ତି ସେ ଯାଣିନାହାନ୍ତି ବୋଲି କହିବା ପରେ ଜ୍ୟୋତିକାନ୍ତ ପରିଡା (ବାପୁ) ସାମ୍ବାଦିକ ସମ୍ମିଳନୀରେ ସମସ୍ତ ତଥ୍ୟ କୁ ଉପସ୍ଥାପନ କରିବା ସହିତ ପୂର୍ବତନ ମନ୍ତ୍ରୀ ତଥା ଡ.ଦାମୋଦର ରାଉତ ତାଙ୍କ ର ରାଜନୈତିକ ଗୁରୁ ବୋଲି କହିଛନ୍ତି।