ଭିଜିଲାନ୍ସ ଜାଲରେ ପୂର୍ବତନ ମୁଖ୍ୟଯନ୍ତ୍ରୀ
ଭିଜିଲାନ୍ସ ଜାଲରେ ପୂର୍ବତନ ମୁଖ୍ୟଯନ୍ତ୍ରୀ । ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଘରେ ଚଢାଉ

ଭିଜିଲାନ୍ସ ଜାଲରେ ପୂର୍ବତନ ମୁଖ୍ୟଯନ୍ତ୍ରୀ । ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଘରେ ଚଢାଉ । ଏକକାଳୀନ ୯ଟି ସ୍ଥାନରେ ଚଢାଉ ହୋଇଛି । କଟକ, ଭୁବନେଶ୍ବର, ଝାରସୁଗୁଡ଼ାରେ ଚଢାଉ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରାଯାଇଛି ।
ସୂଚନା ଥାଉକି, ସୋମବାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରୋଡ୍ ଆଣ୍ଡ୍ ବିଲଡିଂ (ସିଭିଲ୍)ର ପୂର୍ବତନ ମୁଖ୍ୟଯନ୍ତ୍ରୀ, ତାରା ପ୍ରସାଦ ମିଶ୍ରଙ୍କ ଘରେ ରେଡ୍ ହୋଇଛି ।
ବାସଭବନ ସମେତ ଏକକାଳୀନ ୯ ଟି ସ୍ଥାନରେ ଚଢାଉ ହୋଇଛି ।
ଭିଜିଲାନ୍ସ ବିଭାଗର ୧୨ ଜଣ ଡିଏସପି, ୧୨ ଇନ୍ସପେକ୍ଟର, ୧୬ ଏଏସଆଇ ଏବଂ ଭିଜିଲାନ୍ସ ବିଭାଗର ଅନ୍ୟ ଅଧିକାରୀ ମାନେ ଏହି ରେଡ୍ରେ ସାମିଲ ହୋଇଛନ୍ତି । ଭିଜିଲାନ୍ସ ବିଭାଗ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତି ଅନୁଯାୟୀ ଭୁବନେଶ୍ୱର, କଟକ ଏବଂ ଝାରସୁଗୁଡା ସହ ୯ଟି ସ୍ଥାନରେ ରେଡ୍ ହେଉଛି ।