ଚିଲିକା ପାଣିରେ ରେ ନନ୍ଦିଘୋଷ

ଶ୍ରୀକ୍ଷେତ୍ରର ବଡ ଦାଣ୍ଡରେ ବଡ଼ ଠାକୁରଙ୍କର ବିଶ୍ବ ପ୍ରସିଦ୍ଧ ରଥ ଯାତ୍ରା ହେଉଥିବା ବେଳେ ଚିଲିକା ଭିତରେ ଥିବା ଟାପୁ କଙ୍କଣ ଶିଖରୀ ଠାରେ ଗଡିଛି ଡଙ୍ଗାରେ ନିର୍ମିତ ହୋଇଥିବା ନନ୍ଦିଘୋଷ ରଥ।

ଚିଲିକା ପାଣିରେ ରେ ନନ୍ଦିଘୋଷ

ଶ୍ରୀକ୍ଷେତ୍ରର ବଡ ଦାଣ୍ଡରେ ବଡ଼ ଠାକୁରଙ୍କର ବିଶ୍ବ ପ୍ରସିଦ୍ଧ ରଥ ଯାତ୍ରା ହେଉଥିବା ବେଳେ ଚିଲିକା ଭିତରେ ଥିବା ଟାପୁ କଙ୍କଣ ଶିଖରୀ ଠାରେ ଗଡିଛି ଡଙ୍ଗାରେ ନିର୍ମିତ ହୋଇଥିବା ନନ୍ଦିଘୋଷ ରଥ। ୧୭୩୧ ମସିହାରେ ଜବନମାନଙ୍କ ଆକ୍ରମଣରୁ ରକ୍ଷା ପାଇବା ପାଇଁ କଙ୍କଣ ଶିଖରୀରେ ୪ ମାସ ୧୬ ଦିନ ମହାପ୍ରଭୁ ଲୁଚି ରହିଥିଲେ। ୨୦୧୪ ମସିହାରେ ଶ୍ରୀକ୍ଷେତରୁ ନନ୍ଦିଘୋଷ ରଥର ଚକ ଆଣି ଏଠାରେ ସ୍ଥାପନ କରିବା ପରଠୁ ଅର୍ଥାତ ନଅ ବର୍ଷ ଧରି ଚିଲିକାର ନୀଳ ଜଳରାଶିରେ ରଥ ଯାତ୍ରା ପାଳନ କରାଯାଉଛି। ଶ୍ରୀକ୍ଷେତ୍ର ଜଗନ୍ନାଥଙ୍କ ବିଧି ବିଧାନ ପରମ୍ପରା ଅନୁଯାୟୀ ଏଠାରେ ନୀତି କାନ୍ତି ସମ୍ପନ୍ନ ହେବା ପରେ, ତିନି ଠାକୁର ମନ୍ଦିରରୁ ବାହାରି ପହଣ୍ଡି ହେଇ କାଠ ଡଙ୍ଗାରେ ନିର୍ମିତ ରଥରେ ବସି ଚିଲିକା ମଝିରେ ଥିବା କଙ୍କଣ ଶିଖରୀ ଟାପୁ ଚାରିପଟେ ଭ୍ରମଣ କରି ଭୋଗ ମଣ୍ଡପରେ ବିରାଜ କରିଥିଲେ। ଜଗନ୍ନାଥଙ୍କ ଭକ୍ତ ସ୍ଥାନୀୟ କୁମାଣ୍ଡଳର ହାଡିବନ୍ଧୁ ପଟ୍ଟନାୟକ ଛେରା ପହଁରା କରିଥିଲେ। ସ୍ଥାନୀୟ ନଈରୀ ଓ ଆଖପାଖ ଅଞ୍ଚଳର ଭକ୍ତ ମାନଙ୍କ ସହଯୋଗରେ ଏହି ଅନନ୍ୟ ରଥ ଯାତ୍ରା ହୋଇଛି। ଘଣ୍ଟ କାହାଳି ରେ ଫାଟି ପଡୁଛି ପୁରା ଟାପୁ। ଶହ ଶହ ଭକ୍ତଙ୍କ ଗହଣରେ ଆଧ୍ୟାତ୍ମିକ ପରିବେଶ ଭିତରେ ପ୍ରଭୁ ଚିଲିକା ପରିକ୍ରମା କରୁଛନ୍ତି।