ରାଜ୍ୟରେ ଆଇପିଏସ ସ୍ତରରେ ଅଦଳବଦଳ

ରାଜ୍ୟରେ ଆଇପିଏସ ସ୍ତରରେ ଅଦଳବଦଳ

ରାଜ୍ୟରେ ଆଇପିଏସ ସ୍ତରରେ ଅଦଳବଦଳ । ୬ଜଣ ଆଇପିଏସ ଅଧିକାରୀଙ୍କୁ ନୂଆ ନିଯୁକ୍ତି ମିଳିଛି । ସଫିନ ଅହମ୍ମଦ କ୍ରାଇମବ୍ରାଞ୍ଚର ଆଇଜି ଭାବେ ବଦଳି ହୋଇଛି । ସାର୍ଥକ ଷଡ଼ଙ୍ଗୀ ହୋଇଛନ୍ତି ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି । ସତ୍ୟଜିତ ନାୟକଙ୍କୁ ଏଚଆରପିସିର ଡିଆଇଜି ଭାବେ ବଦଳି କରାଯାଇଛି।

ଯୁଗଳ କିଶୋର ବାନୋଥ ପୋଲିସ ମୁଖ୍ୟାଳୟର ଏଆଇଜି ଭାବେ ନିଯୁକ୍ତ କରାଯାଇଛି। ରାହୁଲ ଜୈନଙ୍କୁ ନୟାଗଡ଼ର ଏସପି ଭାବେ ଓ ମିହିର କୁମାର ପଣ୍ଡାଙ୍କୁ କଟକ ଏସ୍‌ପି ଭାବେ ବଦଳି କରାଯାଇଛି। ଏନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।