ଭଙ୍ଗ ହେଲା ଓଡ଼ିଶା ବିଧାନସଭା
ଓଡ଼ିଶା ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ ରଘୁବର ଦାସ

ଭୁବନେଶ୍ୱର ୦୩।୦୬ : ଓଡ଼ିଶା ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ ରଘୁବର ଦାସ । ବିଧାନସଭା ଭଙ୍ଗ ନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଧାନସଭା ଭଙ୍ଗ ନେଇ ସୋମବାର ରାଜ୍ୟ କ୍ୟାବିନେଟ୍ ସୁପାରିଶ କରିଥିଲା ।
ଉଲ୍ଲେଖଯୋଗ୍ୟ ଯେ ସୋମବାର ବିଜେଡି ସରକାରର ପଞ୍ଚମ ପାଳିର ଶେଷ କ୍ୟାବିନେଟ୍ ବୈଠକ ହୋଇଥିଲା । ଏହି ବୈଠକରେ ବିଧାନସଭା ଭଙ୍ଗ ପାଇଁ କ୍ୟାବିନେଟ୍ ସୁପାରିସ୍ କରିଥିଲା । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ବୈଠକ । ଯେଉଁଥିରେ ରାଜ୍ୟ କ୍ୟାବିନେଟ୍ ଭଙ୍ଗ ସୁପାରିସ୍ ପ୍ରସ୍ତାବ ଉପରେ ମୋହର ବାଜିଥିଲା । ଏହାପରେ ରାଜ୍ୟପାଳଙ୍କ ଦ୍ୱାରା ବିଧାନସଭା ଭଙ୍ଗ କରାଯାଇଛି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ଶେଷ ହୋଇଛି ବିଧାନସଭା ନିର୍ବାଚନ । ମଙ୍ଗଳବାର ଦିନ ଭୋଟ ଗଣତି ହେବ ଏବଂ ଏହାପରେ ରେଜଲ୍ଟ ମଧ୍ୟ ପ୍ରକାଶ କରାଯିବ । ଏଥିପାଇଁ ଭୋଟ ଗଣତି କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି ।