ପାରାଦୀପ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ଓ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଓଡ଼ିଶାର ଦ୍ଵିତୀୟ ପ୍ରସିଦ୍ଧ ପାରାଦୀପ କଳିଙ୍ଗ ବାଲିଯାତ୍ରା ମହୋତ୍ସବ କୁ ଅଧିକ ଆକର୍ଷଣୀୟ କରିବା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି

ପାରାଦୀପ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ଓ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ପାରାଦୀପ - ଓଡ଼ିଶାର ଦ୍ଵିତୀୟ ପ୍ରସିଦ୍ଧ ପାରାଦୀପ କଳିଙ୍ଗ ବାଲିଯାତ୍ରା ମହୋତ୍ସବ କୁ ଅଧିକ ଆକର୍ଷଣୀୟ କରିବା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି l ଚଳିତ ନଭେମ୍ବର ମାସ ୧୪ ରୁ ୨୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୮ ଦିନ ଧରି ଚାଲିବାକୁ ଥିବା ମହୋତ୍ସବ କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହି ମହୋତ୍ସବ ରେ ଓଡିଶା ସମେତ ରାଜ୍ୟ ବାହାର ଏବଂ ବଲିଉଡ ଜଗତର ନାମିଦାମୀ କଳାକାର ମାନେ ଯୋଗଦେବା ର କାର୍ଯ୍ୟକ୍ରମ ରହିଛି l ଏତଦବ୍ୟତୀତ ସ୍ଥାନୀୟ ଓ ଜିଲ୍ଲା ର ବିଭିନ୍ନ କଳା ଅନୁଷ୍ଠାନ ମାନଙ୍କୁ ବାଲିଯାତ୍ରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା ଉପରେ ପ୍ରଶାସନ ପ୍ରାଧାନ୍ୟ ଦେଇଛି l କଳିଙ୍ଗ ବାଲିଯାତ୍ରା କମିଟି ର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଜେ.ସୋନାଲ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟ ଚାଲୁଥିବା ବେଳେ କମିଟି ର ଉପାଧ୍ୟକ୍ଷ ତଥା ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା ଏବଂ କମିଟିର ଅନ୍ୟାନ୍ୟ ସଦସ୍ୟ ମାନେ ପ୍ରସ୍ତୁତି କାର୍ଯ୍ୟ ତ୍ୱରାନ୍ୱିତ ଦିଗରେ ସକ୍ରିୟ ସହଯୋଗ କରୁଛନ୍ତି l ଏହି ପରିପ୍ରେକ୍ଷୀରେ ଗୁରୁବାର ସନ୍ଧ୍ୟାରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସଭା ଗୃହରେ କଳିଙ୍ଗ ବାଲିଯାତ୍ରା କମିଟି ର ଉପାଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହରା ଙ୍କ ସଭାପତିତ୍ୱ ରେ ଆୟୋଜିତ ଅନ୍ତିମ ପର୍ଯ୍ୟାୟ ପ୍ରସ୍ତୁତି ବୈଠକରେ ମୁଖ୍ୟମନ୍ତ୍ରୀ ଙ୍କ ଆଗମନ ନେଇ ବ୍ୟାପକ ପ୍ରସ୍ଥିତି ସମେତ ଯାତ୍ରା ର ସଫଳତା ପାଇଁ ବିସ୍ତୃତ ଆଲୋଚନା କରାଯାଇଥିଲା l ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପାରାଦୀପ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା, ପାରାଦୀପ ବନ୍ଦର ସମ୍ପଦ ଅଧିକାରୀ ବିଶ୍ୱଜିତ ମିଶ୍ର ଙ୍କ ସମେତ କମିଟି ର ବହୁ ସଦସ୍ୟ ଉପସ୍ଥିତ ଥିଲେ l 

ସେହିପରି ପାରାଦୀପ କଳିଙ୍ଗ ବାଲିଯାତ୍ରା  ଉଦଘାଟନ ର ଗୋଟିଏ ଦିନ ପରେ ବନ୍ଦର ପ୍ରଶାସନ ପକ୍ଷରୁ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବ ରେ ପରମ୍ପରା ଅନୁଯାୟୀ ମୁଖ୍ୟମନ୍ତ୍ରୀ ଯୋଗଦେଇ ଏହି ପର୍ବ ଓ ଉତ୍ସବ କୁ ଉଦଘାଟନ କରିଥାନ୍ତି l ତେବେ ଦୀର୍ଘ ବର୍ଷ ପରେ ନୂତନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଲିଯାତ୍ରା ଓ ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେଉଥିବାରୁ ସାଧାରଣରେ ଉତ୍ସାହ ସୃଷ୍ଟି ହୋଇଥିବା ବେଳେ ପ୍ରସ୍ତୁତି କାର୍ଯ୍ୟ କୁ ଜୋରଦାର କରାଯାଇଛି l