ଆସିଲା 'ସୁଭଦ୍ରା ଯୋଜନା' ଗାଇଡ୍‌ଲାଇନ୍

ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ 'ସୁଭଦ୍ରା' ଗାଇଡ୍‌ଲାଇନ୍ ଜାରି ହେଲା

ଆସିଲା 'ସୁଭଦ୍ରା ଯୋଜନା' ଗାଇଡ୍‌ଲାଇନ୍

ଆସିଲା 'ସୁଭଦ୍ରା ଯୋଜନା' ଗାଇଡ୍‌ଲାଇନ୍ । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ 'ସୁଭଦ୍ରା' ଗାଇଡ୍‌ଲାଇନ୍ ଜାରି ହେଲା । ୨୧ରୁ ଅଧିକ ୬୦ ବର୍ଷରୁ କମ୍ ବୟସ୍କ ମହିଳା 'ସୁଭଦ୍ରା ଯୋଜନା' ପାଇଁ ଆବେଦନ କରିପାରିବେ । ଆଧାର କାର୍ଡରେ ଥିବା ଜନ୍ମ ତାରିଖକୁ ଗ୍ରହଣ କରାଯିବ ବୋଲି ସୂଚନା ଜାରି ହୋଇଛି ।

୨୦୨୪-୨୫ ବର୍ଷ ପାଇଁ ଗତ ଜୁଲାଇ ୧ ସୁଦ୍ଧା ବୟସ ୨୧ରୁ ଊର୍ଦ୍ଧ୍ୱ ୬୦ରୁ କମ୍ ।ଆବେଦନକାରୀଙ୍କ ଜନ୍ମ ୦୨.୦୭.୧୯୬୪ ପୂର୍ବରୁ ହୋଇନଥିବା ଦରକାର । ଆବେଦନକାରୀଙ୍କ ଜନ୍ମ ୦୧.୦୭.୨୦୦୩ ପରେ ହୋଇନଥିବା ମଧ୍ୟ ଦରକାର । ୧ ଜୁଲାଇ ୨୦୨୪ ସୁଦ୍ଧା ୨୧ରୁ କମ୍‌ ଓ ୬୦ରୁ ଅଧିକ ହୋଇଥିଲେ ପାଇବେନି

ଏମାନେ ପାଇବେନି ସୁଭଦ୍ରା ସହାୟତା

-୧ ଜୁଲାଇ ୨୦୨୪ ସୁଦ୍ଧା ୨୧ରୁ କମ୍‌ ଓ ୬୦ରୁ ଅଧିକ ହୋଇଥିଲେ ପାଇବେନି ।

-ମାସକୁ ୧୫ଶହ ବା ବର୍ଷକୁ ୧୮ ହଜାରରୁ ଅଧିକ ସହାୟତା ପାଉଥିଲେ ପାଇବେନି ।

-ବର୍ତ୍ତମାନ କିମ୍ବା ପୂର୍ବତନ ସାଂସଦ/ବିଧାୟକ ହୋଇଥିଲେ ପାଇବେନି ।

-ଆୟକର ଦେଉଥିଲେ ପାଇବେନି ସୁଭଦ୍ରା ସହାୟତା ।

-ୱାର୍ଡମେମ୍ବର/କାଉନସିଲର ଛଡ଼ା ଅନ୍ୟ ପଞ୍ଚାୟତ ପ୍ରତିନିଧି ହୋଇଥିଲେ ମିଳିବନି ।

-କେନ୍ଦ୍ର/ରାଜ୍ୟ ସରକାର ଚାକିରି ବା ପେନ୍‌ସନ୍‌ ପାଉଥିଲେ ମିଳିବନି

-ପରିବାରର ଜଳସେଚିତ ଜମି ୫ ଏକର/ଅଣଜଳସେଚିତ ଜମି ୧୦ ଏକର ଥିଲେ ଅଯୋଗ୍ୟ

କେମିତି କରିବେ ଆବେଦନ ?

-'ସୁଭଦ୍ରା' ପାଇବାକୁ ନିର୍ଦ୍ଧାରିତ ଫର୍ମରେ ଆବେଦନ କରିବା ଆବଶ୍ୟକ

-ଅଫ୍‌ଲାଇନ୍‌ ଫର୍ମ ପୂରଣ ବା ଅନ୍‌ଲାଇନ୍‌ରେ ସୁଭଦ୍ରା ପୋର୍ଟାଲରେ ଆବେଦନ

-ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ, ମୋ ସେବା କେନ୍ଦ୍ରରେ ମାଗଣାରେ ମିଳିବ ଫର୍ମ

-ଆବେଦନକାରୀ ଫର୍ମ ପୂରଣ କରି ମୋ ସେବା କେନ୍ଦ୍ରରେ ଦାଖଲ କରିବେ

ମିଳିବ ସୁଭଦ୍ରା ଏଟିଏମ୍‌ କାର୍ଡଏହି ଯୋଜନାର ଲାଭ ।