ସାବଧାନ, ମାର୍କେଟ ରେ ନୂଆ ସାଇବର ସ୍କାମ

କ୍ଲିକ କରିବା ମାତ୍ରେ ହ୍ୟାକ ହୋଇଯବ ଫୋନ, ନିମିଷକ ମଧ୍ୟରେ ସବୁକିଛି ଚାଲିଯିବ,

ସାବଧାନ, ମାର୍କେଟ ରେ ନୂଆ ସାଇବର ସ୍କାମ

ହ୍ୱାଟ୍ସଅପ ଅପଡେଟ କରିବା ପାଇଁ କିଛି ମେସେଜ ବା ଲିଙ୍କ ଆପଣଙ୍କ ମୋବାଇଲକୁ ଆସିଛି କି ? ଯଦି ଏମିତି କିଛି ମେସେଜେ ଆସିଥାଏ ତେବେ ସାବଧାନ ହୋଇଯାଆନ୍ତୁ । ଭୁଲରେ ବି ଏସବୁ ମେସେଜରେ କ୍ଲିକ କରନ୍ତୁ ନାହିଁ । କାରଣ ଥରେ କ୍ଲିକ କରିଦେଲେ ହ୍ୟାକ ହୋଇ ଯାଇପାରେ ଆପଣଙ୍କ ମୋବାଇଲ ।

ଯଦି କୌଣସି ଅଚିହ୍ନା ଲୋକ କିମ୍ବା ସାଙ୍ଗ ହ୍ୱାଟ୍ସଅପ ଗ୍ରୁପରେ ଏମିତି ମ୍ୟାସେଜ ପଠାନ୍ତି ତେବେ ସାବଧାନ ହୋଇଯାଆନ୍ତୁ ।

ସାଇବର ଏକ୍ସପର୍ଟ ପ୍ରଶାନ୍ତ ସାହୁଙ୍କ କହିବା ଅନୁଯାୟୀ, ଏବେ ଏମିତି ଏକ ନୂଆ ଭାଇରସ ଆସିଛି ଯାହାର ନାଁ ହ୍ୱାଟ୍ସଆପ ପିଙ୍କ । ଥରେ ଏହି ଲିଙ୍କକୁ କ୍ଲିକ କରିଦେଲେ ଆପଣ ମୋବାଇଲରେ ହ୍ୱାଟସଅପ ପିଙ୍କ ନାମକ ଏକ ସପ୍ଟଓୟାର ଡାଉନଲୋଡ ହୋଇଯିବ । ଯଦି ଏହି ସପ୍ଟଓୟାର ଥରେ ଏହା ଡାଉନଲୋଡ ହୋଇଗଲା ତେବେ ସେ ଆପଣଙ୍କର ସବୁ କଣ୍ଟାକ୍ଟ ନମ୍ବର, ଫଟୋ ଓ ଅନ୍ୟାନ୍ୟ ତଥ୍ୟ ଚୋରି କରିନେବ ।

ଫଳରେ ଆପଣଙ୍କ ନମ୍ବରରୁ ଆପଣଙ୍କ ଅଜାତରେ ସାଙ୍ଗମାନଙ୍କ ପାଖକୁ ମେସେଜ ଯିବ । ଯେତେ କଣ୍ଟାକ୍ଟ ଲିଷ୍ଟ ଥିବ ସମସ୍ତଙ୍କ ନମ୍ବରକୁ ଆପଣଙ୍କ ନମ୍ବରରୁ ମେସେଜ ଯିବ । ହେଲେ ଆପଣ ତାହା ଜାଣି ନ ଥିବେ । ଏପରିକି ଏହି ଭାଇରାସ ଆପଣଙ୍କର ସବୁାଡାଟା ଚୋରି କରିନେବ । ଆପଣଙ୍କ ମୋବାଇଲକୁ ଆସୁଥିବା ଓଟିପି ମଧ୍ୟ ଚୋରି ହୋଇଯବ । ମୋବାଇଲଟି ସମ୍ପୂର୍ଣ୍ଣ ଭାବେ ହ୍ୟାକରଙ୍କ ହାତକୁ ଚାଲି ଯିବ। ତେଣୁ ଏପରି ମେସେଜ ପ୍ରତି ସାବଧାନ ରହି କାମ କରିବେ ।

ଯଦି ଆପଣ ଏହା କ୍ଲିକ କରିଦେଇଛନ୍ତି ତେବେ ତୁରନ୍ତ ଏହି ସପ୍ଟଓୟାରକୁ ଅନଇନଷ୍ଟଲ କରି ଦିଅନ୍ତୁ । ତା' ପରେ ଯେତେ ଜାଗାରେ ହ୍ୱାଟ୍ସପ ଲଗ ଇନ କରିଥିବେ ତାକୁ ଲଗ ଆଉଟ କରି ଦିଅନ୍ତୁ । ପୁଣି ଥରେ ଲଗଇନ କରିବେ । ଯଦି ସମାଧାନ ନ ହେଲା ତେବେ ମୋବାଇଲକୁ ବ୍ୟକଅପ୍ ନେଇ ଫରମାଟ କରିଦେବେ ।