ବେଆଇନ ଖଣି ଉପରେ ଚଢାଉ
ବେଆଇନ ଖଣି ଉପରେ ଚଢାଉ: ୧ ଜେସିବି ଓ ହାଇୱା ଜବତ, ଜଣେ ଗିରଫ

ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଡ଼ମଣଭୂମି ବାୟାମରା ଜଙ୍ଗଲ ଅଂଚଳରେ ବେଆଇନ ଖଣି ଚାଲୁଥିବା ଖବର ପାଇ ଜଙ୍କିଆ ଥାନା ପୋଲିସ ଆଜି ଚଢଉ କରିଥିଲେ । ଏହି ସମୟରେ ଖଣି ମଧ୍ୟରୁ ପୋଲିସ କାମରେ ନିୟୋଜିତ ଏକ ଜେସିବି ନମ୍ବର ଓଡ଼ି ୦୨ ଏଭି୯୮୯୪) ଓ ଏକ ହାଇୱା ନମ୍ବର ଓଡ଼ି୦୨ ଏଭି ୭୬୯୩ ) କୁ ଜବତ କରିଛି । ସେହିପରି ପାଣିଛତ୍ର ଗ୍ରାମର ବବୁଲ ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି । ଜଙ୍କିଆ ପୋଲିସ ଆଇଆଇସି ପ୍ରଜ୍ଞା ରିତମ୍ଭରା କର ଯୋଗଦାନ ପରଠାରୁ ବେଆଇନ ଖଣି ଉପରେ ଚଢଉ ଜାରି ରହିଥିବାରୁ ମାଫିଆମାନଙ୍କ ମନରେ ଛନକା ପଶିଛି ।
ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ