ବାଣ ପ୍ରସ୍ତୁତ ବେଳେ ଘଟିଲା ଭୟଙ୍କର ବିସ୍ଫୋରଣ:୫ ମୃତ,୪ ଗୁରୁତର, ପହଞ୍ଚିଲା ସାଇଣ୍ଟିଫିକ୍ ଟିମ୍
ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭୁଷଣ୍ଡପୁରରେ ସୋମବାର ସକାଳେ ବାଣ ବିସ୍ଫୋରଣ ହୋଇଛି। ଉକ୍ତ ଘଟଣାରେ ୪ଜଣଙ୍କ ଜୀବନ ଯାଇଥିଲା। ତେବେ ଗୁରୁତର ୪ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା

ଭୁଷଣ୍ଡପୁର ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୫ ରେ ପହଞ୍ଚିଲା
ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭୁଷଣ୍ଡପୁରରେ ସୋମବାର ସକାଳେ ବାଣ ବିସ୍ଫୋରଣ ହୋଇଛି। ଉକ୍ତ ଘଟଣାରେ ୪ଜଣଙ୍କ ଜୀବନ ଯାଇଥିଲା। ତେବେ ଗୁରୁତର ୩ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ସାଂଘାତିକ ହେବାରୁ ସମସ୍ତଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ରାତିରେ ଜଣଙ୍କ ମୃତ୍ୟୁ ହୋଇଯାଇଛି। ମୃତକ ହେଲେ ଦୋଳ ଗୋବିନ୍ଦ ବେହେରା(୬୦)। ଫଳରେ ମୃତ୍ୟୁ ସଂଖ୍ୟା ୫ ଛୁଇଁଛି।
ସୂଚନା ଅନୁଯାୟୀ, ଦୋଳ ଉତ୍ସବ ଲାଗି ବାଣ ପ୍ରସ୍ତୁତି ଚାଲିଥିବା ବେଳେ ସୋମବାର ସକାଳେ ଟାଙ୍ଗୀ ଥାନା ଅନ୍ତର୍ଗତ ଭୁଷଣ୍ଡପୁରରେ ବାଣ ବିସ୍ଫୋରଣ ଘଟିଛି। ଏଥିରେ ଘଟଣାସ୍ଥଳରେ ହିଁ ୪ଜଣଙ୍କ ଜୀବନ ଯାଇଥିଲା। ଏହାଛଡ଼ା ୩ ଗୁରୁତର ହୋଇଥିଲେ। ଗୁରୁତରମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମାଲିକ ହଟ ବେହେରାଙ୍କ ପାଇଁ ବାଣ ପ୍ରସ୍ତୁତି ଚାଲିଥିଲା। ବିସ୍ଫୋରଣ ପରେ ୪ଟ ଘରେ ବି ନିଆଁ ଲାଗିଯାଇଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେଣେ ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକ ଓ ଟାଙ୍ଗୀ ଥାନା ପୁଲିସ ମଧ୍ୟ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାସ୍ଥଳରେ ଖୋର୍ଦ୍ଧା ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ବି ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।
ଭୁଷଣ୍ଡପୁରରେ ଚୋରାରେ ବାଣ ତିଆରି କାମ ଚାଲିଥିବା ବେଳେ ଏଭଳି ବଡ଼ ଅଘଟଣ ଘଟିଛି। ଏଠାରେ ମଙ୍ଗଳବାର ଦୋଳ ମେଳଣ ସମୟରେ ବାଣପର୍ବ ଅନୁଷ୍ଠିତ ହେବାର ଥିଲା। ଏହି କାରଣରୁ ବହୁ ସଂଖ୍ୟାରେ ବାଣ ପ୍ରସ୍ତୁତି ଚାଲିଥିଲା ବୋଲି କୁହାଯାଉଛି। ପୁଲିସର ଜାଣତରେ ଏଭଳି ବାଣ ତିଆରି ହେଉଥିଲା ବୋଲି ଅଭିଯୋଗ ହୋଇଛି।
ଭୂଷଣ୍ଡପୁର ବାଣ ବିସ୍ଫୋରଣ ସ୍ଥାନରେ ପହଞ୍ଚିଲା ସାଇଣ୍ଟିଫିକ୍ ଟିମ୍
ବିନା ଅନୁମତିରେ ପ୍ରସ୍ତୁତ ହେଉଥିଲା ବାଣ: ଜିଲ୍ଲାପାଳ
ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭୁଷଣ୍ଡପୁରବାଣ ବିସ୍ଫୋରଣ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିଛି | ସାଇଣ୍ଟିଫିକ୍ ଟିମ୍ ବାଣ ବିସ୍ଫୋରଣ ହୋଇଥିବା ଘର ବୁଲି ଦେଖିବା ସହ ବିଭିନ୍ନ ସାମଗ୍ରୀ ଜବତ କରିଛନ୍ତି | ଟିମ ପକ୍ଷରୁ ଘଟଣାସ୍ଥଳରୁ ବାରୁଦ, ଗନ୍ଧକ, ଖାର, ସେଲୋଟେପ, କିଛି କାଗଜପତ୍ର, ସୁତୁଲି ଭଳି ସାମଗ୍ରୀର ନମୁନା ସଂଗ୍ରହ କରାଯାଇଛି | ତେବେ ବାଣ ବିସ୍ଫୋରଣକୁ ନେଇ ବଡ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ |
ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ କହିଛନ୍ତି ଯେ ବିନା ଅନୁମତିରେ ବାଣ ତିଆରି ହେଉଥିଲା | ଉଲ୍ଲେଖ ଥାଉ କି ଆଜି ସକାଳେ ଟାଙ୍ଗୀ ଥାନା ଅନ୍ତର୍ଗତ ଭୁଷଣ୍ଡପୁରରେ ବାଣ ତିଆରି ଚାଲିଥିବାବେଳେ ବିସ୍ଫୋରଣ ହୋଇଥିଲା | ଏଥିରେ ଘଟଣାସ୍ଥଳରେ ହିଁ ୪ଜଣଙ୍କ ପ୍ରାଣହାନି ଘଟିଥିଲା । ଏହାଛଡ଼ା ବିସ୍ଫୋରଣରେ ୩ ଜଣ ଗୁରୁତର ଥିବା ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି ଜଣାଯାଇଛି। ସୂଚନା ମୁତାବକ ମାଲିକ ହଟ ବେହେରାଙ୍କ ପାଇଁ ମୃତାହତମାନେ ବାଣ ପ୍ରସ୍ତୁତ କରୁଥିଲେ।