ଗୋଦାବରୀ ଛୋଟରାୟ ନିରାକାରପୁର ବିକାଶର କଥା ଚିନ୍ତା କରୁଥିଲେ
ଏକାଦଶାହ ସଭା ପାଳନ ଅବସରରେ ଶ୍ରଦ୍ଧାଞ୍ଜଳି ସଭା

ନିରାକାରପୁର,୧୬/୬:- ଗୋଦାବରୀ ଛୋଟରାୟ ଜଣେ ସାଧାରଣ ବ୍ୟକ୍ତି ନଥିଲେ, ସେ ସରଳ ହୃଦୟ ବ୍ୟକ୍ତି ଥାଇ ମଧ୍ୟ ସର୍ବଦା ନିରାକାରପୁର ବିକାଶ କଥା ଚିନ୍ତା କରୁ ଥିଲେ ବୋଲି ଆଜି ସଂଧ୍ୟାରେ ନିରାକାରପୁର ବଡ ବଜାରରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ଉପସ୍ଥିତ ବ୍ୟକ୍ତି ଗଣ ମତ ପ୍ରକାଶ କରିଥିଲେ। ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ର ଜଣେ ମୁରବି ମଗଂଳା ବଜାରର ର ପୂର୍ବତନ ସଭାପତି ତଥା କ୍ରୀଡାବିତ, ସମାଜସେବୀ ଗୋଦାବରୀ ଛୋଟରାୟ ଙ୍କ ଆବର୍ତ୍ତମାନରେ ଆଜି ସଂଧ୍ୟାରେ ଅଂଚଳର ବିଶିଷ୍ଟ ବର୍ଷିଆନ ସଭାପତି ବଂଶିଧର ଜଗଦ୍ଦେବ ଙ୍କ ପୌରହିତ୍ୟ ରେ ଏକ ସ୍ମୃତିଚାରଣ ସଭା କରାଯାଇଥିଲା। ଗୋଦାବରୀ ଛୋଟରାୟ ଦୀର୍ଘ ଦିନ ଧରି ଶିକ୍ଷକତା କରିବା ପରେ ସଖା ସଂଘ କ୍ରୀଡା ସଂସଦ ର ସଭାପତି, ନିରାକାରପୁର ମଗଂଳା ବଜାର ସଭାପତି,ନିରାକାରପୁର ନିଳକଂଠେଶ୍ବର ଦଣ୍ଡ ନାଚର ପ୍ରମୁଖ ରହି ନିରବଚ୍ଛିନ୍ନ ଭାବେ ତାଙ୍କ କାର୍ୟ୍ୟ ତୁଲାଇଥିଲେ। ତାଙ୍କ ଅନୁପସ୍ଥିତ ନିରାକାରପୁର ପାଇଁ ଏକ ଅପୁରଣୀୟ କ୍ଷତି ବୋଲି ଉପସ୍ଥିତ ଅତିଥିଗଣ ମତ ରଖିଥିଲେ। ରାଜ୍ୟ ମହିଳା ବିଜୁ ଜନତା ଦଳର ବରିଷ୍ଠ ଉପ ସଭାପତି ବାସନ୍ତୀ ମହାପାତ୍ର, ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ଖୋର୍ଦ୍ଧା ଜିଲ୍ଲା ବିଜୁ ଜନତା ଦଳର ଉପ ସଭାପତି ବିପିନ ଜୟସିଂହ, ଟାଙ୍ଗୀ ବ୍ଳକ ଉପାଦକ୍ଷ ଦୁର୍ଗା ପ୍ରସାଦ ନାଥ ଶର୍ମା, ଜିଲ୍ଲା ପରିଷଦ ସଭ୍ୟ ବିଜୟ ପାଲଟାସିଂହ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ରମା ବଲ୍ଲଭ ମିଶ୍ର, ଅଧକ୍ଷ ସୁଧାଂଶୁ ଶେଖର ମହାନ୍ତି, ପୂର୍ବତନ ଟାଙ୍ଗୀ ବ୍ଳକ ଅଧ୍ୟକ୍ଷ ବିଜୟ ଜେନା, ଶିକ୍ଷାବିତ ବିରଞ୍ଚି ନାରାୟଣ ତ୍ରିପାଠୀ, ରାମ ଦୟା ପରିଷଦ ସଂପାଦକ ଗଂଗାଧର ତ୍ରିପାଠୀ, ସମାଜସେବୀ ଅପର୍ତ୍ତି ଜେନା , ଅବସପ୍ରାପ୍ତ ଶିକ୍ଷକ କମଳ ଲୋଚନ ପ୍ରଧାନ, ଈଶ୍ୱର ଚନ୍ଦ୍ର ଜେନା ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଅଧ୍ୟାପକ ଡ ମ୍ରୁତ୍ୟୁଞ୍ଜୟ ରଥ ମଂଚ ପରିଚାଳନା କରିଥିଲେ।