ଜଂକିଆ ପଲ୍ଲୀ ଉତ୍ସବ ଉଦଯାପିତ

ଜଂକିଆ ପଲ୍ଲୀ ଉତ୍ସବ ଉଦଯାପିତ ସଂସ୍କୃତିକୁ ବଞ୍ଚାଇ ଭାଇଚାରା ସୃଷ୍ଟି କରିବାରେ ମହୋତ୍ସବର ଆବଶ୍ୟକ ରହିଛି

ଜଂକିଆ ପଲ୍ଲୀ ଉତ୍ସବ ଉଦଯାପିତ

ବୌଦ୍ଧ ର କଳାକାରମାନଙ୍କ ଦ୍ଵାରା ପରିବେଷିତ ରଙ୍ଗବତୀ ନୃତ୍ୟର ତାଳେ ତାଳେ ଦର୍ଶକ ଝୁମିଥିଲେ l ଆମ ସଂସ୍କୃତି ଓ ପରମ୍ପରା କୁ ବଞ୍ଚାଇ ଭାଇଚାରା ସୃଷ୍ଟି କରିବା ମହୋତ୍ସବ ର ମୁଖ୍ୟ ଉଦ୍ଦେଶ୍ୟ ରହୁ। ବିଭିନ୍ନ ଲୋକ କଳା ସହିତ ପୂର୍ବ ପୁରୁଷ ସୁରୀ ମାନଙ୍କୁ ମନେ ପକାଇବାକୁ ଏହା ଗୋଟିଏ ପ୍ରକୃଷ୍ଠ ପରିବେଶ ବୋଲି ଖୋର୍ଦ୍ଧା ଜିଲ୍ଲା ଜଂକିଆ ବାସନ୍ତୀ କ୍ଲବ ପଡ଼ିଆରେ ଅନୁଷ୍ଠିତ ଜଂକିଆ ପଲ୍ଲୀ ଉତ୍ସବରେ ଯୋଗ ଦେଇ ବିଶିଷ୍ଟ ଅତିଥିମାନେ ମତବ୍ୟକ୍ତ କରିଥିଲେ।

କମିଟି ସଭାପତି କୃଷ୍ଣ ଚନ୍ଦ୍ର ନରେନ୍ଦ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥଭାବେ ପୂର୍ବତନ ସାଂସଦ ତଥା ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପାଟ୍ଟଶାଣୀ ଯୋଗଦେଇ ଖୋର୍ଦ୍ଧାର ଇତିହାସ ଉପରେ ବର୍ଣ୍ଣନା କରିବା ସହ ଏ ଭଳି କାର୍ଯ୍ୟକ୍ରମ ଭାଇଚାରା ଭାବ ସୃଷ୍ଟି କରିଥାଏ ବୋଲି କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅତିଥି ଭାବେ ସମାଜସେବୀ ସୌମ୍ୟରଞ୍ଜନ ହରିଚନ୍ଦନ, ଜଂକିଆ ସରପଞ୍ଚ ପଙ୍କଜିନୀ ବଳବନ୍ତରାୟ, ସମିତି ସଭ୍ୟ ଈଶ୍ୱର ଚନ୍ଦ୍ର ମାର୍ଥା, ପ୍ରମୁଖ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମକୁ ସଂଯୋଜକ ବିଶ୍ବଭୂଷଣ ଛୋଟରାୟ ପରିଚାଳନା କରିଥିବା ବେଳେ ଉପସ୍ଥାପନା ଉପସ୍ଥାପକ କମଳେଶ ମହାରଣା ଓ ଅଶ୍ଵନୀ ମହାନ୍ତି କରିଥିଲେ। ଆଜି ବୌଦ୍ଧ ର କଳାକାରମାନଙ୍କ ଦ୍ଵାରା ପରିବେଷିତ ରଙ୍ଗବତୀ ନୃତ୍ୟର ତାଳେ ତାଳେ ଦର୍ଶକ ଝୁମିଥିଲେ।

ସେହିପରି ଉଦଯାପନୀ ସନ୍ଧ୍ୟାରେ ଖୋର୍ଦ୍ଧା ଗାଁପୁର ନୋରେନ ଡ୍ୟାନସ ଗ୍ରୁପର ଓ କେନ୍ଦ୍ରାପଡ଼ା ଆନନ୍ଦ ଧାରା ନୃତ୍ୟ ପରିଷଦର କଳାକାରମାନେ ନୃତ୍ୟ କଳା ପ୍ରଦର୍ଶନ କରି ଉପସ୍ଥିତ ଦର୍ଶକଙ୍କୁ ବିଭୋର କରିଥିଲେ। ଆଜିର କାର୍ଯ୍ୟକ୍ରମରେ ରାଜେଶ ପାଲଟାସିଂହ , କେଦାର ବଳବନ୍ତରାୟ, ରାକେଶ ଜେନା, ଇନ୍ଦ୍ରଜିତ ମାଟି, ସଂଗ୍ରାମ ପଟ୍ଟନାୟକ, କୁଲଦୀପ ଛୋଟରାୟ ଓ ବିକାଶ କୁମାର ଜେନା ସମେତ କମିଟିର ସମସ୍ତ ସଦସ୍ୟ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ