୪୯ ପେଟି ବିଦେଶୀ ମଦ ଜବତ, ଜଣେ ଗିରଫ
ଜଙ୍କିଆ ପୋଲିସ ବଡ଼ ଧରଣର ଚଢ଼ାଉ: ବୋଲେରୋ ସହିତ ୪୯ ପେଟି ବିଦେଶୀ ମଦ ଜବତ, ଜଣେ ଗିରଫ

ଖୋର୍ଦ୍ଧା ଜିଲ୍ଲା ଜଂକିଆ ଅଂଚଳରେ ବ୍ୟାପକ ଦେଶୀ ବିଦେଶୀ ମଦ ଚୋରା ଚାଲାଣ ହେଉଥିବା ଖବର ପାଇ ଜଂକିଆ ଥାନା ଆଇଆଇସି ପ୍ରଜ୍ଞା ରିତମ୍ଭରା କର ସଦଳବଳେ ଗତ କାଲି ରାତିରେ ଚଢ଼ାଉ କରି ଜଣକୁ ଗିରଫ କରିବା ସହିତ ୪୯ ପେଟି ବିଦେଶୀ ମଦ ଓ ଏକ ବୋଲେରୋ ଗାଡି ଜବତ କରି ଥିବା ଜଣାପଡିଛି। ସୂଚନାଯୋଗ୍ୟ କି ବହୁତ୍ ପରିମାଣର ମଦ ଦୈନିକ ଏହି ରାସ୍ତା ଦେଇ ପୁରୀ ଜିଲ୍ଲା କଣାସ ଅଞ୍ଚଳକୁ ଚୋରାରେ ଚାଲାଣ ହେଉଥିବାର କୌଣସି ସୂତ୍ରରୁ ପୋଲିସ ଖବର ପାଇ ଜଂକିଆ ଥାନା ପୋଲିସ ଗୋଳବାଇ କାୟା ଛକ ନିକଟରେ ଜଗି ରହିଥିଲେ। ଏହି ସମୟରେ ଏକ ବୋଲେରୋ ନଂ( ଓଡି- ୩୪ ୩୨୭୯ ) ରେ ୪୯ ପେଟି ଅର୍ଥାତ୍ ୪୨୫ ଲିଟର ବିଦେଶୀ ଯାଉଥିବାର ଦେଖି ପୋଲିସ ଗାଡ଼ି ଅଟକାଇ ଉକ୍ତ ମଦ ଓ ଗାଡି କୁ ଜବତ କରିବା ସହିତ ଡ଼୍ରାଇଭର ଜଟାଧାରୀ ମଙ୍ଗରାଜ ଙ୍କୁ ଗିରଫ କରିଥିଲା। ଆଜି ଜଂକିଆ ଥାନା କେସ ନଂ ୨୩୧/୨୩ ରେ ମାମଲା ରୁଜୁ କରି ଗିରଫ ଜଟାଧାରୀ କୁ କୋର୍ଟ ଚାଲାଣ କରିଛି। ଏହି ଭଳି ଚଢ଼ାଉ କୁ ନେଇ ଅଂଚଳରେ ବେଶ୍ ଚର୍ଚ୍ଚା ଚାଲିଥିବା ବେଳେ ଆଇଆଇସି ଙ୍କୁ ବୁଦ୍ଧିଜିବୀ ଧନ୍ୟବାଦ୍ ଜଣାଇଛନ୍ତି।
ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ