ସୌମ୍ୟଙ୍କ ବୟାନ ସମ୍ପର୍କରେ ନିରଞ୍ଜନଙ୍କ ପ୍ରତିକ୍ରିୟା

ସୌମ୍ୟଙ୍କ ବଡ ଭାଇ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ମନ୍ତବ୍ୟ । ସୌମ୍ୟ ସ୍ୱାଭିମାନୀ , ସ୍ପଷ୍ଟବାଦୀ ଏବଂ ସ୍ୱାଧୀନଚେତା ବୋଲି କହିଛନ୍ତି ନିରଞ୍ଜନ । ଅନ୍ୟାୟ ହେଲେ ସେ ଚୁପ ରହେନି, ଅନ୍ୟାୟ କୁ ବରଦାସ୍ତ କରେନି । ଆମ ପରିବାର ଭିତରେ ବି ଆମେ ତା ମୁହଁ ବନ୍ଦ କରିପାରୁନା । ନବୀନ କାହାକୁ ନେଇ ଶାସନ କରିବେ ତାହା ତାଙ୍କ ନିଷ୍ପତ୍ତି । ଜଣେ ଗୁମାସ୍ତା କି ମନ୍ତ୍ରୀ କି ବିଧାୟକଙ୍କୁ ନେଇ ଚଳିବେ, ତାଙ୍କ ନିଷ୍ପତ୍ତି । ଜଣେ ସମ୍ପାଦକ ଓ ରାଜନୈତିକ ଦଳର ବ୍ୟକ୍ତିଙ୍କୁ ମିଶାଇ ଦେଖିବା ଅନୁଚିତ । ସୌମ୍ୟ ନବୀନ ଙ୍କ ଦଳ ବିରୋଧରେ ନୁହେଁ , ବ୍ୟବସ୍ତା ବିରୋଧରେ କହିଛନ୍ତି | ଦୈନିକ ଲୋକ ସେଟ କରାଇ ବିଭିନ୍ନ ବକ୍ତବ୍ୟ ପ୍ରକାଶ କରାଯାଉଛି । ତାଙ୍କୁ ଦଳରୁ କାଢି ଦଉନାହାନ୍ତି , ଗଲା ମାମଲା ଖତମ ହୋଇଯିବ ବୋଲି କହିଛନ୍ତି ନିରଞ୍ଜନ ।