ରାଜ୍ୟ କ୍ୟାବିନେଟ ବୈଠକରେ ଦୁଇଟି ପ୍ରସ୍ତାବକୁ ଅନୁମୋଦନ
୩୦.୦୬.୨୦୨୩ ପର୍ୟ୍ୟନ୍ତ ଯେଉଁମାନେ ଆବେଦନ କରିଛନ୍ତି, ସେମାନଙ୍କ ଆବେଦନକୁ ଗ୍ରହଣ କରାଯାଇଛି

ରାଜ୍ୟ କ୍ୟାବିନେଟରେ ଦୁଇଟି ପ୍ରସ୍ତାବକୁ ଅନୁମୋଦନ। ଶିଳ୍ପ ନୀତି ୨୦୧୫ରେ ସଂଶୋଧନ। ଏହି ଶିଳ୍ପ ନୀତି ଅଧୀନରେ ଶିଳ୍ପଗୁଡ଼ିକୁ ପ୍ରୋତ୍ସାହନ ଦିଆଯାଇଛି । କୌଣସି କାରଣରୁ ସଂସ୍ଥାମାନେ ଆବେଦନ କରି ପାରୁନଥିଲେ । ଆବେଦନ ସମୟ ସୀମା ୧ ବର୍ଷରୁ ୨ ବର୍ଷ କରାଯାଇଛି । କୋଭିଡ୍ ସମୟରେ ଶିଳ୍ପ କ୍ଷେତ୍ରରେ ଅନେକ ଉଦ୍ୟୋଗୀ ଆବେଦନ କରିପାରୁନଥିଲେ ।
୩୦.୦୬.୨୦୨୩ ପର୍ୟ୍ୟନ୍ତ ଯେଉଁମାନେ ଆବେଦନ କରିଛନ୍ତି, ସେମାନଙ୍କ ଆବେଦନକୁ ଗ୍ରହଣ କରାଯାଇଛି । ଶିଳ୍ପ କ୍ଷେତ୍ରରେ ଖାଦ୍ୟ ପ୍ରକ୍ରିୟା କରଣ ନୀତିରେ ବି ସଂଶୋଧନ କରାଯାଇଛି ।
ଉଚ୍ଚଶିକ୍ଷା କ୍ଷେତ୍ରରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଧେୟ ୨୦୨୪କୁ କ୍ୟାବିନେଟରେ ପାରିତ । ଆସନ୍ତା ବିଧାନସଭାରେ ଏହା ଉପସ୍ଥାପନ ହେବ । ଏହାର ମୁଖ୍ୟ ଉଦ୍ଦେଶ୍ୟ, ବିଶ୍ୱବିଦ୍ୟାଳୟକୁ ସ୍ୱାୟତ୍ତ ଅଟୋନୋମି ପ୍ରଦାନ କରିବା । ଶିକ୍ଷକ ନିଯୁକ୍ତି ପ୍ରତିବନ୍ଧକ ହଟାଇବା, କୁଳପତି ଚୟନ ପ୍ରକ୍ରିୟାରେ ଶିକ୍ଷାବିତଙ୍କୁ ପ୍ରାଧାନ୍ୟ ଦିଆଯିବ, ଶିକ୍ଷାନୀତି ୨୦୨୦ ଲାଗୁ କରିବାକୁ ତାଙ୍କ କ୍ଷମତା ବଢ଼ାଇବାକୁ ପ୍ରସ୍ତାବ ରଖାଯାଇଛି ।