୧୦ ଦଫା ଦାବୀ ନେଇ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ, ରାଜରାସ୍ତାରେ ଡ୍ରାଇଭର

ଛକ ଛକରେ ବସିଛନ୍ତି ଅନେକ ଡ୍ରାଇଭର, ଗାଡି ଚଳାଚଳ ଠପ୍‌, ବସ୍ ଚଳାଚଳ ମଧ୍ୟ ବାଧାପ୍ରାପ୍ତ

୧୦ ଦଫା ଦାବୀ ନେଇ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ, ରାଜରାସ୍ତାରେ ଡ୍ରାଇଭର

ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ

ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ। ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଛନ୍ତି ଡ୍ରାଇଭର ମହାସଂଘ । ୧୦ ଦଫା ଦାବିକୁ ରାଜ୍ୟ ସରକାର ପୂରଣ କରିନଥିବାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟିୟରିଂ ଛାଡ ଆନ୍ଦୋଳନ କରୁଛନ୍ତି ଡ୍ରାଇଭର। ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଡ୍ରାଇଭରଙ୍କ ପ୍ରତିବାଦ।

ରାଜରାସ୍ତାରେ ଡ୍ରାଇଭର, ଗାଡି ଚଳାଚଳ ଠପ୍‌

କେନ୍ଦୁଝର,୧୫।୩(ସ୍ବ.ପ୍ର.): ଓଡ଼ିଶା ଡ୍ରାଇଭର ମହାସଂଘର ଆହ୍ବାନ କ୍ରମେ ଆଜି କେନ୍ଦୁଝର ଜିଲାର ବିଭିନ୍ନ ସ୍ଥାନରେ ଡ୍ରାଇଭରମାନେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଆରମ୍ଭ କରିଛନ୍ତି। ପୁରୁଣା ପେନସନ ଲାଗୁ କରିବା, ଖାଲି ପଦବୀ ପୂରଣ କରିବା, ଠିକା କର୍ମଚାରୀ ମାନଙ୍କୁ ସ୍ଥାୟୀ କରିବା, ଘରୋଇକରଣ ବନ୍ଦ କରିବା, ଅଷ୍ଟମ ବେତନ କମିଶନ ଗଠନ କରିବା, ବକେୟା ମହଙ୍ଗା ଭତ୍ତା ପ୍ରଦାନ କରିବା ଆଦି ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡ୍ରାଇଭର ମହାସଂଘ। ଜାତୀୟ ରାଜପଥ ୨୦, ୪୯ ରେ ସକାଳୁ ଆନ୍ଦୋଳନକାରୀ ଗାଡ଼ି ଅଟକାଇ ଥିବା ବେଳେ ଧାରଣାରେ ବସି ପ୍ରତିବାଦ କରିଥିଲେ। ଏହି କାରଣରୁ ଆଜି ଘରୋଇ ବସ୍‌ ସେବା ବନ୍ଦ ରହିଥିବାରୁ ଯାତ୍ରୀମାନେ ବହୁ ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି।

ଷ୍ଟିୟରିଂ ଛାଡି ଆନ୍ଦୋଳନକୁ ଓହ୍ଲାଇଲା ଡ୍ରାଇଭର ମହାସଂଘ

ନୟାଗଡ଼ ଅଫିସ,୧୫।୩: ୧୦ ଦଫା ଦାବି ନେଇ ଷ୍ଟିୟରିଂ ଛାଡ଼ି ଅର୍ନିଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଛି ଡ୍ରାଇଭର ମହାସଂଘ। ଡ୍ରାଇଭର ପାଣ୍ଠି ଗଠନ, ସାମାଜିକ ନିରାପତ୍ତା, ବୀମା, ପେନସନ, ସଡ଼କ ଯାତ୍ରା ବେଳେ ଗାଡି ପାର୍କିଙ୍ଗ ଓ ଡ୍ରାଇଭରଙ୍କ ବିଶ୍ରାମ ପାଇଁ ବିଭିନ୍ନ ସ୍ଥାନରେ ବିଶ୍ରାମଗାର, ଶୌଚାଳୟ ବ୍ୟବସ୍ଥା,ଡ୍ରାଇଭର ପିଲାଙ୍କ ନିମନ୍ତେ ଉଚ୍ଚଶିକ୍ଷା ବ୍ୟବସ୍ଥା ଭଳି ଦାବି ଉଠାଇ ଆନ୍ଦୋଳନର କରିଛି ଡ୍ରାଇଭର ମହାସଂଘ। ତେବେ ନୟାଗଡ଼ ଜିଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଜିଲାର ସଦର ମହକୁମାର ଟ୍ରାଫିକ ଛକରେ ଖଣ୍ଡପଡା, ଦଶପଲା, ଖୋରଧା, ଓଡ଼ଗାଁ ରାସ୍ତାର ଉଭୟପାର୍ଶ୍ୱରେ ପ୍ରାୟ ଦୁଇ ହଜାର ଡ୍ରାଇଭର ଆନ୍ଦୋଳନ କରି ଶାନ୍ତିପୂର୍ଣ ଧାରଣା ଦେଇଛନ୍ତି। ଅନ୍ୟପକ୍ଷେ ଜରୁରୀକାଳୀନ ସେବାରେ ନିୟୋଜିତ ଯାନବାହନ ଭଳି ଆମ୍ବୁଲାନ୍ସ ସହ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଗାଡ଼ିକ କେବଳ ରାସ୍ତାରେ ଯାଉଛି। ବାଇକ ଚଲାଚାଳ କରୁଛି। ଜିଲାର ୮ ଗୋଟି ବ୍ଲକ ନୟାଗଡ଼, ଓଡ଼ଗାଁ, ରଣପୁର, ଦଶପଲ୍ଲା, ନୂଆଗାଁ, ଗଣିଆ, ଖଣ୍ଡପଡ଼ା ଓ ଭାପୁର ବ୍ଲକରେ ଆନ୍ଦୋଳନ ଚାଲୁ ରହିଛି ।

ଦାବି ଶୁଣିଲେନି ସରକାର, ଷ୍ଟିଅରିଂ ଛାଡି ରାସ୍ତାକୁ ଓହ୍ଲାଇଲା ଡ୍ରାଇଭର ମହାସଂଘ

ବରଗଡ ଅଫିସ,୧୫।୩: ଓଡିଶା ଡ୍ରାଇଭର ମହାସଂଘ ୧୦ ଦଫା ଦାବି ନେଇ ଷ୍ଟିୟରିଂ ଛାଡି ଅର୍ନିଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଛି। ବରଗଡ ଜିଲାରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି। ସ୍ଥାନୀୟ ହଲଦିପାଲି ଛକ ସମେତ ବିଭିନ୍ନ ସ୍ଥାନରେ ଡ୍ରାଇଭରମାନେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ଯାତାଯାତ ବ୍ୟାହତ ହୋଇଥିବାବେଳେ ରାସ୍ତାର ଉଭୟ ପାଶର୍‌ବରେ ଶତାଧିକ ଗାଡି ଚଳାଚଳ ଅଟକି ରହିଛି। ତେବେ ସ୍କୁଲ ବସ୍‌ ଏବଂ ଆମ୍ବୁଲାନ୍ସ ସମେତ ଅନ୍ୟ ଜରୁରୀକାଳୀନ ସେବାରେ ବ୍ୟବହୃତ ଗାଡିକୁ ବାଦ୍‌ ଦିଆଯାଇଛି। ଆଇନଶୃଙ୍ଖଳା ପରିସ୍ଥିତି ଏଡାଇବା ନିମନ୍ତେ ପୋଲିସ ପଇଁତରା ମାରୁଥିବା ଦେଖିବାକୁ ମିଳିଛି। ଦୁର୍ଘଟଣାରେ ପ୍ରାଣ ହରାଉଥିବା ଡ୍ରାଇଭରଙ୍କୁ ୨୦ ଲକ୍ଷ ବୀମା ରାଶି, ଦୁର୍ଘଟଣା ପରେ ଅକର୍ମଣ୍ୟ ହୋଇଥିବା ଡ୍ରାଇଭରଙ୍କୁଙ୍କୁ ୧୦ ଲକ୍ଷ, ୫୫ବର୍ଷ ପରେ ପେନସନ, ରାସ୍ତା ପାଶର୍‌ବରେ ଶୌଚାଳୟ, ଗାଡି ପାର୍କିଂ ବ୍ୟବସ୍ଥା ଆଦି ଦାବି ରହିଛି। ଏହି ଦାବି ଉପରେ ଯେତେଦିନ ପର୍ଯ୍ୟନ୍ତ ସରକାର ଠୋସ ପଦକ୍ଷେପ ନ ନେବେ, ସେତେଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଡ୍ରାଇଭର ମହାସଂଘ ଚେତାବନୀ ଦେଇଛି।

୧୦ ଦଫା ଦାବି ନେଇ ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ ଆନ୍ଦୋଳନ

ଭୁବନେଶ୍ୱର,୧୫।୩(ବ୍ୟୁରୋ): ଆଜିଠୁ ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ ଆନ୍ଦୋଳନ। ଡ୍ରାଇଭର ପାଣ୍ଠି ଗଠନ, ସାମାଜିକ ନିରାପତ୍ତା, ଡ୍ରାଇଭରଙ୍କ ପାଇଁ ବୀମା, ପେନସନ, ସଡ଼କ ଯାତ୍ରା ବେଳେ ବିଭିନ୍ନ ସ୍ଥାନରେ ବିଶ୍ରାମଗାର ଓ ଶୌଚାଳୟ ବ୍ୟବସ୍ଥା ଭଳି ୧୦ ଦାବି ଉଠାଇ ଆନ୍ଦୋଳନର ଡାକରା ଦେଇଛି ମହାସଂଘ। ପୂର୍ବରୁ ଏନେଇ ରାଜ୍ୟ ସରକାରଙ୍କୁ ମହାସଂଘ ପକ୍ଷରୁ ଅବଗତ କରାଯାଇଥିଲା। ହେଲେ କୌଣସି ଫଳପ୍ରଦ ନ ହେବାରୁ ଆଜିଠାରୁ ରାଜ୍ୟର ସବୁ ବ୍ଲକ, ସଦର ମହକୁମା ଓ କିଛି ମୁଖ୍ୟ ରାସ୍ତାରେ ଆନ୍ଦୋଳନର ଚେତାବନୀ ଦେଇଛି ଡ୍ରାଇଭର ମହାସଂଘ। ଜରୁରୀକାଳୀନ ସେବାରେ ନିୟୋଜିତ ଯାନବାହନ ବାଦ୍‌ ଦିଆଯିବ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି।

ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ, ୧୦ ଦଫା ଦାବିନେଇ ରାସ୍ତାରେ ପ୍ରଦର୍ଶନ

ଓଡ଼ିଶାର ଡ୍ରାଇଭରମାନେ ଆରମ୍ଭ କରିଛି ଷ୍ଟିୟରିଂ ଛାଡ଼ ଆନ୍ଦୋଳନ। ବୁଧବାର ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଏହି ଆନ୍ଦୋଳନ ଆରମ୍ଭ କରାଯାଇଛି। ୧୦ ଦଫା ଦାବି ନେଇ ହଜାର ହଜାର ଡ୍ରାଇଭର ରାଜ୍ୟର ବିଭିନ୍ନ ସ୍ଥାନରେ ରାସ୍ତାକୁ ଓହ୍ଲାଇ ପ୍ରଦର୍ଶନ କରୁଛନ୍ତି। ଏହା ଦ୍ଵାରା ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହ ବିଭିନ୍ନ ଯାତ୍ରୀଙ୍କ ଯାତାୟତ ବାଧାପ୍ରାପ୍ତ ହୋଇଛି। ଡ୍ରାଇଭରମାନେ ନିଜ ପାଇଁ ଉଚିତ ଦରମା, ଚାକିରି ସୁରକ୍ଷା, ବୀମା ଓ ପେନ୍‌ସନ୍ ଭଳି ଦାବି ନେଇ ଏହି ଆନ୍ଦୋଳନ କରୁଛନ୍ତି। ବୁଧବାର ସକାଳୁ ଡ୍ରାଇଭରମାନେ ରାସ୍ତାରେ ହଳଦିଆ ନମ୍ବର ଥିବା ସବୁ ବସ ଓ ମାଲବାହୀ ଗାଡ଼ିକୁ ଅଟକାଉଛନ୍ତି। ଏହାଛଡ଼ା ସେମାନେ ରାସ୍ତାକୁ ଓହ୍ଲାଇ ପିକେଟିଂ କରୁଥିବାର ଦେଖିବାକୁ ମିଳିଛି। ମଙ୍ଗଳବାର ରାଜ୍ୟ ସରକାରଙ୍କ ସହ ଓଡ଼ିଶା ଡ୍ରାଇଭର ମହାସଂଘର ଆଲୋଚନା ବିଫଳ ହେବା ଫଳରେ ଡ୍ରାଇଭରମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଡ୍ରାଇଭରଆମେ ନିଜ ଜିଦରେ ଅଟଳ ରହିବାରୁ ଏବେ ସାରା ରାଜ୍ୟରେ ଯାନାବାହନ ଚଳାଚଳ ପ୍ରଭାବିତ ହୋଇଛି। ଅପରପକ୍ଷେ ଏବେ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ଚାଲିଥିବାରୁ ଛାତ୍ରଛାତ୍ରୀଙ୍କ ଯାତାୟତ ଉପରେ ଏହି ଆନ୍ଦୋଳନର ଯେପରି ପ୍ରଭାବ ନପଡ଼େ ସେଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି

ବନ୍ତ ଛକରେ ବସିଛନ୍ତି ଅନେକ ଡ୍ରାଇଭର, ବସ୍ ଚଳାଚଳ ବାଧାପ୍ରାପ୍ତ

ଭଦ୍ରକ ୧୫/୦୩ : ଡ୍ରାଇଭର ଙ୍କ ଆନ୍ଦୋଳନ ପାଇଁ ଯାତାୟାତ ଠପ । ସହରର ଛକ ନିକଟରେ ଶାନ୍ତିପୂର୍ଣ୍ଣ ଭାବେ ବସିଛନ୍ତି ଡ୍ରାଇଭର ମହାସଂଘ । ଭଦ୍ରକ ସହରର ବନ୍ତ ଛକ ଠାରେ ଧାରଣାରେ ବସିଛନ୍ତି ବହୁ ସଂଖ୍ୟକ ଡ୍ରାଇଭର । ରାଜ୍ୟ ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ଧାରଣାରେ ବସିଛନ୍ତି । ଡ୍ରାଇଭରଙ୍କ ଆନ୍ଦୋଳନ ପାଇଁ ଭଦ୍ରକ ଜିଲ୍ଲାରେ ବସ ଚଳାଚଳ ବାଧାପ୍ରାପ୍ତ ହୋଇଛି । କିନ୍ତୁ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ଓ ରୋଗୀଙ୍କୁ ଅଟକା ଯାଉନଥିବା କହିଛନ୍ତି ସଂଘ ସଦସ୍ୟ । ତେବେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି କହିଛନ୍ତି ।