ମଦ ନିଶା ବିରୋଧ ରେ SHG ର ମହିଳା

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ସେଲେଡି ଗ୍ରାମରେ ବେଆଇନ ଭାବରେ ଚାଲିଥିବା ମଦ ଓ ନିଶା ଦ୍ରବ୍ୟ କାରବାରକୁ ସଂପୂର୍ଣ୍ଣ ବନ୍ଦ କରିବାକୁ ଏବଂ ନିଶା ମୁକ୍ତ ଗ୍ରାମ ଗଠନ କରିବା ଦିଗରେ ସହଯୋଗ କରିବାକୁ ଗ୍ରାମର ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ବିନିକା ଥାନାକୁ ଆସି ଥାନା ଅଧିକାରୀ ସାରଙ୍ଗଧର ପାଣିଗ୍ରାହୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ।
ସେମାନେ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଗ୍ରାମରେ ଦିନକୁ ଦିନ ମଦ ଓ ନିଶା ଦ୍ରବ୍ୟ ବୃଦ୍ଧି ପାଉଛି ।ଯାହା ଫଳରେ ଅଶାନ୍ତି ସୃଷ୍ଟି ହେବାସହ ସ୍ବାମୀ ସ୍ତ୍ରୀ ମଧ୍ୟରେ ଝଗଡା ହେଉଛି ।ସେହିପରି କମ ବୟସର ପିଲାମାନେ ବିପଥଗାମୀ ହେବାର ଆଶଙ୍କା ସୃଷ୍ଟି କରିଛି ।ଗ୍ରାମରେ ଏହି କାରବାରକୁ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ଏକ ବୈଠକ ରେ ପ୍ରସ୍ତାବ ନିଆଯିବା ସହିତ ଆଗାମୀ ରବିବାର ଦିନ ନିଶାମୁକ୍ତ ଗ୍ରାମ ନେଇ ଏକ ରାଲି ର ଆୟୋଜନ କରାଯିବ ।
ତେଣୁ ଗ୍ରାମରେ ମଦ ବିକ୍ରି କରୁଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଦିଆଯାଇଥିବା ଦାବୀକୁ ଗୁରୁତ୍ୱ ଦେବାକୁ ମହିଳା ସଦସ୍ୟା ମାନେ ଦାବି କରିଛନ୍ତି। ଏହି ଦାବିପତ୍ର ର ଏକ କପି ଅବକାରୀ ଉପନିରୀକ୍ଷକ ଙ୍କୁ ମଧ୍ୟ ପ୍ରଦାନ କରାଯାଇଛି l
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର