୫୦ ରନରେ ଶ୍ରୀଲଙ୍କା ଅଲଆଉଟ
ଏସିଆ କପ ଫାଇନାଲରେ ମାତ୍ର ୫୦ ରନରେ ଅଲଆଉଟ ହୋଇଯାଇଛି ଶ୍ରୀଲଙ୍କା ।

ଏସିଆ କପ ଫାଇନାଲରେ ମାତ୍ର ୫୦ ରନରେ ଅଲଆଉଟ ହୋଇଯାଇଛି ଶ୍ରୀଲଙ୍କା । ଫଳରେ ଭାରତ ସହଜ ବିଜୟ ହାସଲ କରିବା ସହ ଚମ୍ପିଆନ ହେବାର ବାଟ ପ୍ରଶସ୍ତ ହୋଇଛି । କୁଶଲ ମେଣ୍ଡିସ ୧୭ ରନ କରିଥିବାବେଳେ ଦୁଷାନ ହେମନ୍ଥା ୧୩ ରନ୍ କରିଛନ୍ତି ।
ଆଉ କୌଣସି ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନାହାନ୍ତି । ବର୍ଷା ହେବାରୁ ଆଜି ମ୍ୟାଚ ବିଳମ୍ବରେ ଆରମ୍ଭ ହୋଇଥିଲା । ତେବେ ଖେଳ ଆରମ୍ଭରୁ ଭାରତୀୟ ବୋଲରମାନେ ପ୍ରଭାବ ବିସ୍ତାର କରିଥିଲେ । ମାତ୍ର ୮ ରନରେ ଶ୍ରୀଲଙ୍କା ୪ ୱିକେଟ ହରାଇଥିଲା ।
ଗୋଟିକ ପରେ ଗୋଟିଏ ୱିକେଟ ଯିବାରୁ ଶ୍ରୀଲଙ୍କାର ବ୍ୟାଟିଂ ବାହିନୀ ତାସମୁଠା ଭଳି ଭୁଷୁଡ଼ି ପଡ଼ିଥିଲା । ମହମ୍ମଦ ସିରାଜ ୭ ଓଭରରେ ୨୧ ରନ ଦେଇ ୬ଟି ୱିକେଟ ଦଖଲ କରିଛନ୍ତି । ସେହିପରି ବୁମରାଙ୍କୁ ଗୋଟିଏ ଓ ହାର୍ଦ୍ଧିକ ପାଣ୍ଡାଙ୍କୁ ୩ଟି ୱିକେଟ ମିଳିଥିଲା । ପାଣ୍ଡ୍ୟା ମାତ୍ର ୩ ରନ ଦେଇ ୩ଟି ୱିକେଟ ନେବା ସହ ଶ୍ରୀଲଙ୍କାକୁ ୍ରଅଲଆଉଟ କରି ଦେଇଥିଲେ ।