ସରଫରାଜ, ଜୁରେଲଙ୍କୁ ମିଳିଲା ବିସିସିଆଇ କେନ୍ଦ୍ରୀୟ ଚୁକ୍ତି
ଭାରତର ନୂଆ ବ୍ୟାଟିଂ ଷ୍ଟାର ସରଫରାଜ ଖାନ ଏବଂ ୱିକେଟ୍ କିପର ଧ୍ରୁବ ଜୁରେଲଙ୍କୁ ବିସିସିଆଇର କେନ୍ଦ୍ରୀୟ ଚୁକ୍ତିରେ ସାମିଲ କରାଯାଇଛି

ଭାରତର ନୂଆ ବ୍ୟାଟିଂ ଷ୍ଟାର ସରଫରାଜ ଖାନ ଏବଂ ୱିକେଟ୍ କିପର ଧ୍ରୁବ ଜୁରେଲଙ୍କୁ ବିସିସିଆଇର କେନ୍ଦ୍ରୀୟ ଚୁକ୍ତିରେ ସାମିଲ କରାଯାଇଛି । ଉଭୟ ଖେଳାଳି ଗ୍ରୁପ୍ ସି’ରେ ସ୍ଥାନ ପାଇଛନ୍ତି। ଏହି ଗ୍ରୁପରେ ସାମିଲ ଖେଳାଳି ବାର୍ଷିକ ୧ କୋଟି ଟଙ୍କା ପାଉଣା ପାଇଥାନ୍ତି।
ଜୁରେଲ ଓ ସରଫରାଜ ଚଳିତ ସିଜନରେ ତିନୋଟି ଟେଷ୍ଟ ଖେଳିବା ମାନଦଣ୍ଡ ପୂରଣ କରିଛନ୍ତିି । ତେଣୁ ଉଭୟ ଖେଳାଳିଙ୍କୁ କେନ୍ଦ୍ରୀୟ ଚୁକ୍ତିରେ ସାମିଲ କରିବାକୁ ସୋମବାର ଅନୁଷ୍ଠିତ ବିସିସିଆଇ ଆପେକ୍ସ କାଉନସିଲ ବୈଠକରେ ମଞ୍ଜୁରି ମିଳିଥିଲା ।
ଏହାଛଡ଼ା ବିସିସିଆଇ ପରବର୍ତ୍ତୀ ରଣଜୀ ଟ୍ରଫି କ୍ୟାଲେଣ୍ଡରରେ କିଛି ପରିବର୍ତ୍ତନ କରିବା ସମ୍ଭାବନା ରହିଛି। ଡିସେମ୍ବର ଏବଂ ଜାନୁୟାରୀ ମାସରେ ବିସିସିଆଇ ଉତ୍ତର ଭାରତରେ କୌଣସି ମ୍ୟାଚ୍ ଆୟୋଜନ କରିବ ନାହିଁ । କାରଣ ଉତ୍ତର ଭାରତରେ କୁହୁଡ଼ି ଓ ଖରାପ ଆଲୋକ ଯୋଗୁଁ ମ୍ୟାଚ୍ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହୋଇଛି ।
ସମ୍ପୂର୍ଣ୍ଣ ଘରୋଇ କ୍ୟାଲେଣ୍ଡର ପରବର୍ତ୍ତୀ ସମୟରେ ଘୋଷଣା କରାଯିବ । ତେବେ ବିସିସିଆଇ ଆପେକ୍ସ କାଉନସିଲ୍ ୨୦୨୪-୨୫ ପାଇଁ ଅସ୍ଥାୟୀ କାର୍ଯ୍ୟସୂଚୀ ଉପରେ ଆଲୋଚନା କରିଥିଲା ଯାହା ବୈଠକ ଏଜେଣ୍ଡାର ଏକ ପ୍ରମୁଖ ଅଂଶ ଥିଲା ।
ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “ ଘରୋଇ କ୍ରିକେଟ୍ କ୍ୟାଲେଣ୍ଡର ଉପରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । କିନ୍ତୁ ପୂର୍ବ ବର୍ଷ ପରି ସୟଦ ମୁସ୍ତାକ ଅଲି ଟ୍ରଫି ପରେ ଅକ୍ଟୋବର ମଝି କିମ୍ବା ଶେଷ ଆଡ଼କୁ ରଣଜୀ ଟ୍ରଫି ଆରମ୍ଭ ହୋଇପାରେ।