ଚାନ୍ଦି ବେଶରେ ଶ୍ରୀଜୀଉ
ଚାନ୍ଦିରେ ଝଟକୁଛନ୍ତି ତୁଳସୀ କ୍ଷେତ୍ରରେ ବଡ ଭାଇ ପ୍ରଭୁ ବଳଦେବଜୀଉ ଙ୍କ ସମେତ ସାନଭାଇ ଜଗତର ନାଥ ଜଗନ୍ନାଥ ଆଉ ଭଉଣୀ ଦେବୀ ସୁଭଦ୍ରା ।

ଚାନ୍ଦିରେ ଝଟକୁଛନ୍ତି ତୁଳସୀ କ୍ଷେତ୍ରରେ ବଡ ଭାଇ ପ୍ରଭୁ ବଳଦେବଜୀଉ ଙ୍କ ସମେତ ସାନଭାଇ ଜଗତର ନାଥ ଜଗନ୍ନାଥ ଆଉ ଭଉଣୀ ଦେବୀ ସୁଭଦ୍ରା ।ପ୍ରଥମେ ଶ୍ରୀଜୀଉ ମାନଙ୍କ ମଧ୍ୟାହ୍ନ ରୁ ଚାନ୍ଦିର ବେଶର ସମ୍ଭାର ଦେଖିବାକୁ ମିଳିଥିଲା ଯାହାର ଦର୍ଶନ ପାଇଁ ଆଖପାଖ ଅଞ୍ଚଳରୁ ଛୁଟି ଆସିଥିଲେ ହଜାର ହଜାର ଶ୍ରଦ୍ଧାଳୁ , ଦୀର୍ଘ ନଅ ଦିନର ଘୋଷଯାତ୍ରା ଶେଷ କରି ବଡ଼ ଦାଣ୍ଡରେ ରଥ ପହଞ୍ଚିଲା ପରେ ରୀତିନୀତି ଅନୁଯାୟୀ ହୋଇଥିଲା ଏହି ଚାନ୍ଦିବେଶ, ଯାହାକୁ ରଘୁନାଥଜୀୟୁ ବେଶ ମଧ୍ୟ କୁହାଯାଇଥାଏ , ପୁରୀ ଶଙ୍ଖ କ୍ଷେତ୍ର ଶ୍ରୀକ୍ଷେତ୍ର ଠାରେ ସାନ ଭାଇ ଭଉଣୀ ମାନଙ୍କ ସହିତ ଶ୍ରୀଜିଉ ମାନେ ସୁନାବେଶ ରେ ସଜ୍ଜିତ ହୋଇଥିବା ବେଳେ କେନ୍ଦ୍ରାପଡ଼ା ର ତୁଳସୀ କ୍ଷେତ୍ରରେ ବଡ଼ଭାଇ ବଳଦେବ ଓ ସାନ ଭାଇ ଜଗନ୍ନାଥ ଓ ଭଉଣୀ ସୁଭଦ୍ରା ଙ୍କ ସମେତ ଶ୍ରୀଜୀଉ ମାନେ ରୂପା ଅଳଙ୍କାର ରେ ସଜ୍ଜିତ ହୋଇ ଭକ୍ତ ଙ୍କୁ ଦର୍ଶନ ଦେଇଥାନ୍ତି।
ତେବେ ମଧ୍ୟାହ୍ନରୁ ପ୍ରାୟ ସନ୍ଧ୍ୟା ପର୍ଯ୍ୟନ୍ତ ଶ୍ରୀଜିଉ ମାନେ ରଘୁନାଥ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବା ପରେ ରାତି ପ୍ରାୟ ୧୦ଟା ବେଳେ ରଥ ଉପରେ ଅନୁଷ୍ଠିତ ହୋଇଥିଲା ଅଧରପଣା ନୀତି । ସେବାୟତ ମାନେ ଶ୍ରୀଜୀଉ ମାନଙ୍କ ନିକଟରେ ଅଧରପଣା ଲାଗି କରିବା ପରେ ଏହାକୁ ପାଇବା ପାଇଁ ଭକ୍ତଙ୍କ ମହଲରେ ବେଶ୍ ଆଗ୍ରହ ଉତ୍ସାହ ଦେଖା ଯାଇଥିଲା।
ଏହାପରେ ଶ୍ରୀଜୀଉଙ୍କ ରଘୁନାଥ ବେଶ ଖୋଲାଯାଇ ମୁଖ୍ୟ ମନ୍ଦିରରୁ ଟାହିଆ ଆଦି ଆସିବା ପରେ ରଥ ଉପରେ ହିଁ ଚତୁର୍ଦ୍ଧାମୂର୍ତ୍ତିଙ୍କ ନିକଟରେ ବଡ଼ଧୂପ ଦିଆଯିବା ପରେ ଆରମ୍ଭ ହୋଇଥିଲା ଧାଡି ପହଣ୍ଡି । ଏହି ଧାଡ଼ି ପହଣ୍ଡିରେ ରେ ବାସୁକି ନାଗ ପରାୟେ ଠାଣିରେ କେନ୍ଦ୍ରାପଡାର ଆରାଧ୍ୟ ମହାପ୍ରଭୁ ବଳଦେବଜୀଉ, ପ୍ରଭୁ ଜଗନ୍ନାଥ ଓ ଭଗିନୀ ସୁଭଦ୍ରାଙ୍କୁ ସେବାୟତ ମାନେ ଧାଡ଼ି ପହଣ୍ଡି କରି
ମୁଖ୍ୟ ମନ୍ଦିର ବେଢ଼ା ପରିସରକୁ ଆଣିଥିଲେ। ଏହି ପହଣ୍ଡି କାର୍ଯ୍ୟକ୍ରମ ରାତ୍ର ସାଢ଼େ ଦଶଟାରୁ ଆରମ୍ଭ ହୋଇ ବିଳମ୍ବିତ ରାତ୍ର ସାଢେ ଦୁଇଟା ପର୍ଯ୍ୟନ୍ତ ଚାଲିଥିବା ବେଳେ ମହାପ୍ରଭୁ ପହଣ୍ଡି ହୋଇ ନୀଳାଦ୍ରି ବିଜେ କରି ରତ୍ନ ସିଂହାସନକୁ ଯିବା ପର୍ଯ୍ୟନ୍ତ ଅପଲକ ନୟନରେ ଏହାକୁ ଦର୍ଶନ କରିଥିଲେ ହଜାର ହଜାର ଭକ୍ତ। ତେବେ ବିଳମ୍ବିତ ରାତିରେ ରତ୍ନ ସିଂହାସନ କୁ ଶ୍ରୀ ଜିଉ ମାନେ ବିଜେ କରିଥିଲେ । ପ୍ରଥମେ ରୋହିଣୀ ନନ୍ଦନ ଶ୍ରୀ ସିଦ୍ଧ ବଳଦେବଜୀଉ, ରତ୍ନ ସିଂହାସନକୁ ବିଜେ କରିବା ପରେ ସାନ ଭଉଣୀ ଓ ଭାଇ ମଧ୍ୟ ରତ୍ନବେଦୀ ରେ ବିଜେ କରିଥିଲେ।
ତେବେ ପରମ୍ପରା ଅନୁଯାୟୀ କାହିଁ କେଉଁ କାଳରୁ ପ୍ରଚଳିତ ପ୍ରଥା ଆଜି ଜନମାନସରେ ଉଜ୍ଜୀବିତ ହୋଇ ରହିଛି ଯାହାକି ଆମ ଉତ୍କଳୀୟ ପରମ୍ପରା ଓ ସଂସ୍କୃତି କୁ ବଜାୟ ରଖିବା ସହ ନୂତନ ଯୁବପିଢୀ ଙ୍କ ମଧ୍ୟରେ ଏକ ଆଧ୍ୟାତ୍ମିକ ପ୍ରାଣକେନ୍ଦ୍ର ପ୍ରତିଷ୍ଠା କରିବାରେ ବେଶ୍ ସହାୟକ ହୋଇ ପାରୁଛି।