ପାନୀୟ ଜଳ ଯୋଗାଣ ସମସ୍ୟା ନେଇ ଜାତୀୟ ରାଜପଥ ଅବରୋଧ

ପାନୀୟ ଜଳ ଯୋଗାଣ ସମସ୍ୟା ନେଇ ଜାତୀୟ ରାଜପଥ ଅବରୋଧ।

ପାନୀୟ ଜଳ ଯୋଗାଣ ସମସ୍ୟା ନେଇ ଜାତୀୟ ରାଜପଥ ଅବରୋଧ

ବଲାଙ୍ଗୀର/ଟିଟଲାଗଡ: ତତଲାଗଡ ରୁପେ ଚିର ପରିଚିତ ଟିଟଲାଗଡ ଉପଖଣ୍ଡ ଅଞ୍ଚଳ ରେ ଅତୀତ ରେ ୫୦ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯିବା ନେଇ ଜାତୀୟ ସ୍ତରରେ ଚର୍ଚ୍ଚା ର ବିଷୟ ପାଲଟିଥିଲା। ଏହି ଉତ୍ତପ୍ତ ଅଞ୍ଚଳ ରେ ଜଳ ସ୍ତର ହ୍ରାସ ନେଇ ମୁଖ୍ୟ ସମସ୍ୟା ପାଲଟିଥିବା ବେଳେ ତେଲ ନଦୀ ରୁ ପାଇପ ଲାଇନ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା କରାଯାଇ ଥିଲା । ଏ ନେଇ ନିର୍ବାଚନ ବର୍ଜନ ସହ ଦୀର୍ଘ ବର୍ଷ ଆନ୍ଦୋଳନ କରାଯାଇଥିଲା ।

ହେଲେ ପରିତାପ ର ବିଷୟ ଯେ, ପାନୀୟ ଜଳ ଯୋଗାଣ ନିୟମିତ ଏପରିକି ସପ୍ତାହ କୁ ଥରେ ଦୁଇ ଥର ପାନୀୟ ଜଳ ଯୋଗାଣ ହୋଇ ଆସିବା ନେଇ ତୀବ୍ର ଜନ ଅସନ୍ତୋଷ ପ୍ରକାଶ ପାଇ ଆସିବା ସତ୍ତ୍ବେ ଏ ଦିଗରେ ପ୍ରାଶାସନିକ ବ୍ୟବସ୍ଥା ଦାୟୀ ରହିବା ପ୍ରକାଶ ପାଉଛି । ସେହିପରି ନିୟମିତ ଭାବେ ଏହି ପାନୀୟ ଜଳ ଯୋଗାଣ ସମସ୍ୟା ବିରୋଧ ରେ ଟିଟିଲାଗଡ ଉପଖଣ୍ଡ ଅଞ୍ଚଳ ରେ ବିରୋଧ କରିବା ସାର ହୋଇଛି ।

 ସେହିପରି ଟିଟିଲାଗଡ ନିକଟସ୍ଥ ବାନ୍ଧୂପଲା ଗ୍ରାମ ଠାରେ ଜାତୀୟ ରାଜପଥ ୫୯ କୁ ଦୀର୍ଘ ସମୟ ଧରି ଅବରୋଧ କରି ଥିଲେ। ଉତ୍କଟ ଗ୍ରୀଷ୍ମ ପ୍ରବାହ ସହ ପାନୀୟ ଜଳ ସମସ୍ୟା ନେଇ ଗରା, ବାଲ୍ଟି ଧରି ଅବରୋଧ କରି ରଖି ଥିଲେ ।

ଶେଷରେ ପ୍ରଶାସନିକ ଅଧିକାରି ଆସି ଉପଯୁକ୍ତ ପଦକ୍ଷେପ ନେବାକୁ ନିବେଦନ କରିବା ପରେ ଦୀର୍ଘ ସମୟ ପରେ ରାସ୍ତା ଅବରୋଧ ହଟିଥିଲା ।