କ୍ଷେତ୍ରବାସୀ ସରକାରୀ ହାଇସ୍କୁଲରେ ବିଜ୍ଞାନ ମେଳା

ଟାଙ୍ଗୀ ବ୍ଲକସ୍ତରୀୟ ବିଜ୍ଞାନ ମେଳାରୁ ୧୦ ଟି ପ୍ରକଳ୍ପ ମନୋନୀତ

କ୍ଷେତ୍ରବାସୀ ସରକାରୀ ହାଇସ୍କୁଲରେ ବିଜ୍ଞାନ ମେଳା

ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସରକାରୀ କ୍ଷେତ୍ରବାସୀ ଉଚ୍ଚ ବିଦ୍ୟାଳୟ ପରିସରରେ  ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଉଦଘାଟନ ଉତ୍ସବରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଦିଲ୍ଲୀପ କୁମାର ଦାସ ଙ୍କ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ତଥା ଉଦଘାଟକ ଭାବେ ଟାଙ୍ଗୀ ବିଡ଼ିଓ ଐଶ୍ୱର୍ଯ୍ୟ। ସାମନ୍ତରାୟ ଯୋଗ ଦେଇ ଆନୁଷ୍ଠାନିକ ଭାବେ ବିଜ୍ଞାନ ମେଳା କୁ ଉଦଘାଟନ କରିଥିଲେ। ଏହି ବିଜ୍ଞାନ ମେଳାରେ ସମୁଦାୟ ୨୫ ସ୍କୁଲରୁ ୩୭ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ସେଥିରୁ ୧୦ ଟି ପ୍ରକଳ୍ପ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା ପାଇଁ ମନୋନୀତ ହୋଇଥିବା ଜଣାପଡିଛି। ପରେ ଅପରାହ୍ନରେ ସମାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ରିସ୍ନା ମାନ୍ଧାତା ଯୋଗ ଦେଇ ମନୋନୀତ ପ୍ରକଳ୍ପ ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରିଥିଲେ। ଏହି ଅବସରରେ ବ୍ଲକ ଶିକ୍ଷା ଅଧିକାରୀ ରବୀନ୍ଦ୍ର କୁମାର ସାହୁ , ଶିକ୍ଷାବିତ୍ ଶଙ୍କର୍ଷଣ ପ୍ରଧାନ ଓ ଦୁଇ ଜଣ ଏବି ଇ ଓ ଉପସ୍ଥିତ ରହିଥିଲେ। ଶେଷରେ ସ୍କୁଲ କମିଟି ସଭାପତି ରବି ନାରାୟଣ ବାହିନୀପତି ଧନ୍ୟବାଦ୍ ଅର୍ପଣ କରିଥିଲେ। ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ  ଓ ଅଭିଭାବକ , ଶିକ୍ଷକ,ଶିକ୍ଷୟତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ