ଶିକ୍ଷକ ଙ୍କ ମହାନତା
ପାଗଳ ବ୍ୟକ୍ତିକୁ ସ୍ନାନ କରି ନୂତନ ବସ୍ତ୍ର ଦେଲେ ଶିକ୍ଷକ

ଖୋରଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ରାମେଶ୍ବର ପଞ୍ଚାୟତ ପଦ୍ମପୁର ଠାରେ ଦୀର୍ଘ ଦିନ ଧରି ବୁଲୁ ଥିବା ଜଣେ ମାନସିକ ଭାରସାମ୍ୟ ହରାଇ ବୁଲୁଥିବା ଜଣେ ବ୍ୟକ୍ତିକୁ ଧରି ତାକୁ ସଫା ସୁତୁରା କରି ନୂତନ ବସ୍ତ୍ର ପ୍ରଦାନ କରିଛନ୍ତି ଖଜୁରୀପଡ଼ା ର ଶିକ୍ଷକ ତଥା ସମାଜସେବୀ ଯୁଧିଷ୍ଠିର ଜଗଦେବ। ସୂଚନାଯୋଗ୍ୟ ପାଗଳ ବ୍ୟକ୍ତିଟି ନଖାଇ ନ ପିଇ ବହୁଦିନ ଧରି ଏହି ଅଞ୍ଚଳ ରେ ବୁଲୁ ଥିବାବେଳେ କେହି କିଛି ଦେଲେ ଖାଇ ନ ମିଳିଲେ ପାଣି ପିଇ ସୋଇ ପଡ଼ିବାର ଲକ୍ଷ୍ୟ କରାଯାଇଛି। ଅପରିଷ୍କାର ଅବସ୍ଥାରେ ମଇଳା ସାର୍ଟ ପ୍ୟାଂଟ ପିନ୍ଧି ଓ ଅତ୍ୟଧିକ ଚୁଟି ରଖି ବୁଲୁ ଥିବା ଉକ୍ତ ପାଗଳ କୁ ଧରି ଶିକ୍ଷକ ଯୁଧିଷ୍ଠିର ଜଗଦେବ ତାକୁ ସାବୁନ ରେ ଭଲ ରେ ପରିଷ୍କାର କରି ଗାଧୋଇ ନୂତନ ବସ୍ତ୍ର ପିନ୍ଧାଇ ଥିଲେ। ପରେ ପାଗଳଟି ହସି ହସି ତାଙ୍କୁ କୃତଜ୍ଞତା ଜଣାଇଥିଲେ। ଏହିପରି କାର୍ଯ୍ୟ ପାଇଁ ଯୁଧିଷ୍ଠିରଙ୍କୁ ସମସ୍ତେ ଧନ୍ୟବାଦ୍ ଜଣାଇଛନ୍ତି।
ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ