ପାରାଦୀପ ସମୁଦ୍ର ବେଳା ଭୂମିରେ ବିରଳ ମାଛ
ଏହି ମୃତ ବିରଳ ମାଛଟି ଛୋଟ ସାର୍କ ମାଛ ବୋଲି ସାଧାରଣରେ ଚର୍ଚ୍ଚା , ଦେଖିବାକୁ ପ୍ରବଳ ଜନଗହଳି

ପାରାଦୀପ ବୋସ୍କାଲିସ୍ ପଏଣ୍ଟ ସମୁଦ୍ର କୂଳରେ ମୃତ ସାର୍କ ମାଛ । ମାଛର ଲମ୍ବ ସାଢେ ୫ଫୁଟ ହୋଇଥିବା ବେଳେ ଓଜନ ପ୍ରାୟ ୬୦କେଜିରୁ ଉର୍ଦ୍ଧ ହେବ। ଏଭଳି ବିରଳ ମାଛ ସବୁ ସମୟରେ ଦେଖା ଦେଇ ନଥାନ୍ତି। ତେବେ ଆଜି ଦିନ ଗୋଟାଏ ସମୟରେ ସମୁଦ୍ର କୂଳକୁ ଯାଇଥିବା ପିଲାମାନେ ଏଭଳି ବିରଳ ପ୍ରଜାତିର ମାଛ ମରି ପଡିଥିବା ଦେଖି ଘରେ ଖବର କରିଥିଲେ।
ଏହି ଖବର ଧିରେ ଧିରେ ଚାରିଆଡେ ପ୍ରଚାର ହେବା ପରେ ଲୋକମାନେ ଏହି ବିରଳ ପ୍ରଜାତିର ମାଛଟିକୁ ଦେଖିବାକୁ ଭିଡ ଲାଗିଥିଲା। ତେବେ ଏହି ମୃତ ବିରଳ ମାଛଟି ଛୋଟ ସାର୍କ ମାଛ ବୋଲି ଜଣାପଡିଛି। ସମୁଦ୍ରରେ ଜାହାଜ କିମ୍ବା କୌଣସି ବୋଟ୍ ର ଫ୍ୟାନ୍ ମାଡ ରେ ମାଛଟି ମରିଥିବା ଅନୁମାନ କରାଯାଉଥିବା ବେଳେ ଘଟଣା ସ୍ଥଳରେ ବନବିଭାଗ ପହଞ୍ଚି ନଥିବା ଜଣାପଡିଛି।
ପାରାଦୀପ ରୁ ଲାଲା ବିନୟ କୁମାର ରାୟ ଙ୍କ ରିପୋର୍ଟ