ବାପି ସର୍ଖେଲ୍ ଙ୍କ ନାଚ ନେଇ ପାରାଦ୍ୱୀପ ହଇଚଇ

ଦିନଟି ସ୍ବାଭାବିକ ଯାଉଥିବା ବେଳେ ହଠାତ୍ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେବାକୁ ଲାଗିଲା, ଦେଖୁ ଦେଖୁ ସେ ଭିଡ଼ିଓ ଟି ପାରାଦୀପ ର ବିଶିଷ୍ଟ ଶ୍ରମିକ ନେତା ତଥା ପାରାଦୀପ ନିର୍ବାଚନ ମଣ୍ଡଳୀ ର ଦୁଇ ଦୁଇ ଥର କଂଗ୍ରେସ ର ପରାଜିତ ପ୍ରାର୍ଥୀ ବାପି ସର୍ଖେଲ୍ ଙ୍କ ନାଚ ର ଫଟୋ ଭିଡ଼ିଓ । ତେଣୁ ଏମିତି ତ ସାଧାରଣତଃ ବାପି ସର୍ଖେଲ୍ ଜଣେ ରଙ୍ଗୀନ୍ ମିଜାଜ ର ମଣିଷ କାହିଁକି ନା ଅତୀତରେ ଅନେକ ମେଲୋଡି ଷ୍ଟେଜ୍ ସଭା ସମିତି ରେ ମାଇକ୍ ଧରି ଗୀତ ଗାଇବାର ସମସ୍ତେ ଦେଖିଛନ୍ତି ଓ ଶୁଣିଛନ୍ତି କିନ୍ତୁ ବନ୍ଦ କମରା ମଧ୍ୟରେ କେତେକ ଯୁବତୀଙ୍କୁ ନେଇ ନାଚିବା ଏହା ଏକ ପ୍ରଥମ ଭିଡିଓ ଚିତ୍ର।
ପାରିପାର୍ଶ୍ବିକ ଅବସ୍ଥାରୁ ଯାହା ଜଣାପଡୁଛି ଏହା ଏକ ବିୟର ବାର୍ ବା ପାର୍ଟି କ୍ଲବ୍ ର ନାଚ ସଙ୍ଗୀତ ଆସର। ସେଠି ଏହିପରି ପରିବେଶରେ ବାପି ଙ୍କ ଉପସ୍ଥିତି ବିରୋଧୀଙ୍କୁ ଆଦୌ ହଜମ ହେଉନି ଯେଉଁଥି ପାଇଁ ତାଙ୍କୁ ସର୍କସ ର ଆଖ୍ୟା ଦିଆଯାଇ ତାଙ୍କ ନାଚର ଭିଡିଓ ଭାଇରାଲ୍ କରି ଦିଆ ଯାଇଛି। ଏମିତି ପାରାଦୀପ ରେ ଅନେକ ସଂଗଠନ ସହ ସମ୍ପୃକ୍ତ ରହି ବାପି ବେଶ୍ ଲୋକପ୍ରିୟତା ସାଉଁଟି ଛନ୍ତି କିନ୍ତୁ ତା'ର ପ୍ରଚ୍ଛଦପଟ ରେ ଏ ପ୍ରକାର ଚିତ୍ର ଚରିତ୍ର କୁ ସାଧାରଣ ଲୋକେ ହଜମ କରି ପାରୁନାହାଁନ୍ତି। ଆଗକୁ ଆସୁଛି ସାଧାରଣ ନିର୍ବାଚନ ସେଥିରେ ବାପିଙ୍କ ଦଳୀୟ ଭୂମିକା ଅସ୍ପଷ୍ଟ ରହିଥିବା ବେଳେ ଏହି ଭିଡିଓ ନିଶ୍ଚିନ୍ତ ତାଙ୍କ ରାଜନୈତିକ କ୍ୟାରିୟର ଉପରେ ପ୍ରଭାବ ପକାଇବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
ଅପରପକ୍ଷେ ବାପି ସର୍ଖେଲ୍ ପାରାଦୀପ ରେ ଅନୁପସ୍ଥିତ ଥିବାରୁ ଏନେଇ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।