ଯୋଗଗୁରୁ ବାବା ରାମଦେବଙ୍କୁ 'ସୁପ୍ରିମ' ଛାଟ; କୋର୍ଟ ଅବମାନନା ନୋଟିସ୍ ଜାରି
କୋର୍ଟ ଅବମାନନା ମାମଲାରେଯୋଗଗୁରୁ ବାବା ରାମଦେବ ଓ ପତଞ୍ଜଳି ନିର୍ଦ୍ଦେଶକଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ ।

କୋର୍ଟ ଅବମାନନା ମାମଲାରେଯୋଗଗୁରୁ ବାବା ରାମଦେବ ଓ ପତଞ୍ଜଳି ନିର୍ଦ୍ଦେଶକଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ । ପରିବର୍ତ୍ତୀ ତାରିଖରେ ହାଜର ହେବାକୁ କହିଲେ କୋର୍ଟ । ପତଞ୍ଜଳି ଔଷଧରେ ରୋଗ ଭଲ ହେଉଥିବା ନେଇ କମ୍ପାନୀ ଭ୍ରମିତ କଲା ଭଳି ବିଜ୍ଞାପିନ ଚଳାଉଥିଲା । ଯାହାକୁ ନେଇ ସୁପ୍ରିମକୋର୍ଟ ମାମଲାରେ ଦାୟର ପରେ ସର୍ବୋଚ୍ଚ ଅଦାଲତ ଜବାବ ରଖିବାକୁ କହିଥିଲେ ।
ହେଲେ ରାମଦେବ ବାବା ଓ ପତଞ୍ଜଳି ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକୃଷ୍ଣ ଏହାକୁ ଖାତିର୍ କରିନଥିଲେ। ଫଳରେ କୋର୍ଟ ଅଦାଲତ ଅବମାନନା ନୋଟିସ୍ ଜାରି କରିଛନ୍ତି ।
ପୂର୍ବରୁ ସୁପ୍ରିମକୋର୍ଟ ପତଞ୍ଜଳି ଆୟୁର୍ବେଦର ମିଛ ପ୍ରତିଶ୍ରୁତି ବିଜ୍ଞାପନକୁ ନେଇ ଶୁଣାଣି କରିଥିଲେ । ଯୋଗଗୁରୁ ବାବା ରାମଦେବଙ୍କୁ ବିଜ୍ଞାପନ ବାବଦରେ ଜବାବ ରଖିବାକୁ କହିଥିଲେ । ଫେବ୍ରୁଆରୀ ୨୭ ତାରିଖରେ କୋର୍ଟ ପତଞ୍ଜଳି ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକୃଷ୍ଣ ଏବଂ ବାବା ରାମଦେବଙ୍କୁ ତିନି ସପ୍ତାହ ମଧ୍ୟରେ ଜବାବ ମାଗିଥିଲେ । ଏହା ସହିତ ସାଧାରଣ ଲୋକଙ୍କୁ ଭ୍ରମିତ କରୁଥିବା ବିଜ୍ଞପନ ଉପରେ ରୋକ୍ ଲଗାଇଥିଲେ । ମାତ୍ର ରାମଦେବ ବାବା କୌଣସି ଜବବା ଦେଇନଥିଲେ ।
ଇଣ୍ଡିଆନ୍ ମେଡିକାଲ ଏସୋସିଏସନ ବା ଆଇଏମଏର ବରିଷ୍ଠ ମୁଖପାତ୍ର ପି.ଏମ୍ ପାଟଓ୍ବାଲିଆ ସୁପ୍ରିମକୋର୍ଟରେ ଯାଚିକା ଦାୟର କରିଥିଲେ । ସେ କହିଥିଲେ, ପତଞ୍ଜଳି ବିଜ୍ଞାପନ ମାଧ୍ୟମରେ ଦାବି କରିଛି ଯେ, ଯୋଗ ଅସ୍ଥମା ଓ ଡାଇବିଟିସ୍ ସମ୍ପୂର୍ଣ୍ଣ ଭାବେ ଭଲ ହୋଇଯିବ । ଏହାକୁ ନେଇ ନଭେମ୍ବର ମାସରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ପରାମର୍ଶ ଲୋଡ଼ିଥିଲେ ଏବଂ ଗାଇଡ୍ ଲାଇନ୍ ଜାରି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ଅନ୍ୟ ମେଡିସିନ୍ ଗୁଡ଼ିକର ପ୍ରସ୍ତୁତି ପ୍ରଣାଳୀ ମଧ୍ୟ ଜାଣିବାକୁ ଚାହିଁଥିଲେ । ମାତ୍ର କମ୍ପାନୀ ନିଜ ସତ୍ୟପାଠରେ ଏଭଳି କିଛି ହେଉନାହିଁ ବୋଲି କହିଥିଲା । ପରେ ସୁପ୍ରିମକୋର୍ଟ ଜବାବ ରଖିବାକୁ ପତାଞ୍ଜଳିକୁ ନିର୍ଦ୍ଦେଶ ମାତ୍ର ବାବା ରାମଦେବଙ୍କ କମ୍ପାନୀ କୌଣସି ଜବାବ ତଲବ କରିନଥିଲେ । ଯାହାକୁ ନେଇ ନୋଟିସ୍ ଜାରି କରିଛନ୍ତି କୋର୍ଟ ।