ବିଜେପି ନେତାଙ୍କୁ ଦିନ ଦ୍ୱିପହରରେ ଗୁଳି କରି ହତ୍ୟା

ଗୁଜୁରାଟରେ ଦିନ ଦ୍ୱିପହରରେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ

ବିଜେପି ନେତାଙ୍କୁ ଦିନ ଦ୍ୱିପହରରେ ଗୁଳି କରି ହତ୍ୟା

ଗୁଜୁରାଟରେ ଦିନ ଦ୍ୱିପହରରେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଜିଲ୍ଲା ବିଜେପି ଉପାଧ୍ୟକ୍ଷ ଶୈଳେଶ ପଟେଲ ଆଜି ଭୋର ସମୟରେ ପତ୍ନୀଙ୍କ ସହ ମନ୍ଦିର ଯାଉଥିବାବେଳେ ବାଇକରେ ୪ଜଣ ଅଜଣା ବ୍ୟକ୍ତି ଆସି ତାଙ୍କ ଉପରକୁ ଗୁଳି ମାଡ କରିଥିଲେ । ଫଳରେ ଘଟଣାସ୍ଥଳରେ ଟଳିପଡିଥିଲେ ଶୈଳେଶ ।
ନେତାଙ୍କ ଉପରକୁ ୩୪ ରାଉଣ୍ଡ ଗୁଳି କରିବା ପରେ ସେମାନେ ଫେରାର ହୋଇଯାଇଥିଲେ । ପୁରୁଣା ଶତ୍ରୁତାକୁ ନେଇ ଏଭଳି ଆକ୍ରମଣ ହୋଇଥିବା କୁହାଯାଉଛି । ଏଭଳି ସ୍ଥଳେ ଶୈଳେଶଙ୍କର ଅନ୍ତିମ ସଂସ୍କାର କରିବାକୁ ମନା କରିଦେଇଛନ୍ତି । ଅପରାଧୀଙ୍କୁ ଗିରଫ କରାଯିବା ପରେ ହିଁ ତାଙ୍କର ଅନ୍ତ୍ୟେଷ୍ଟି କ୍ରିୟା କରାଯିବ ବୋଲି ଦାବୀ କରିଛନ୍ତି ମୃତ ଶୈଳେନ୍ଦ୍ରଙ୍କ ପରିବାର ଲୋକେ ।