ଦିଲ୍ଲୀରେ କଂଗ୍ରେସର କାର୍ଯ୍ୟକାରିଣୀ; ନିର୍ବାଚନୀ ଇସ୍ତାହାରରେ ବାଜିବ ମୋହର
ନୂଆଦିଲ୍ଲୀରେ ଆରମ୍ଭ ହେଲେ କଂଗ୍ରେସ କାର୍ଯ୍ୟକାରଣୀ । AICC ମୁଖ୍ୟାଳୟରେ ଏହି ବୈଠକ ଚାଲିଛି ।

ନୂଆଦିଲ୍ଲୀରେ ଆରମ୍ଭ ହେଲେ କଂଗ୍ରେସ କାର୍ଯ୍ୟକାରଣୀ । AICC ମୁଖ୍ୟାଳୟରେ ଏହି ବୈଠକ ଚାଲିଛି । ସିଡବ୍ଲ୍ୟୁସି ବୈଠକରେ ଲୋକସଭା ନିର୍ବାଚନକୁ ନେଇ କଂଗ୍ରେସ ପ୍ରସ୍ତୁତ କରିଥିବା ଇସ୍ତାହାର ଉପରେ ମୋହର ବାଜିବ । ସେହିପରି ୭ଟି ପର୍ଯ୍ୟାୟରେ ହେବାକୁ ଯାଉଥିବା ୨୦୨୪ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ନିର୍ବାଚନ ଚୟନ କମିଟି ପ୍ରସ୍ତୁତ ଥିବା ପ୍ରାର୍ଥୀ ତାଲିକାକୁ ମଞ୍ଜୁରୀ ମିଳିବ ।
ଏହା ସହିତ ଖୁବଶୀଘ୍ର ବାକି ଥିବା ଲୋକସଭା ଓ ବିଧାନସଭା ସିଟରେ ପ୍ରାର୍ଥୀ ତାଲିକା ଘୋଷଣା କରିବ କଂଗ୍ରେସ ।
ତେବେ ସିଡବ୍ଲ୍ୟୁସିର ଏହି ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ସମେତ ବହୁ ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ବରିଷ୍ଠ ନେତା ଜୟରାମ ରମେଶ, କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା, ରାଜସ୍ଥାନ କଂଗ୍ରେସ ନେତା ସଚିନ୍ ପାଇଲଟ୍ ଆଦି ବହୁ ନେତା ସାମିଲ୍ ହୋଇଛନ୍ତି । କାର୍ଯ୍ୟକାରିଣୀ ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍ ଇସ୍ତାହାରକୁ ଲୋକଙ୍କ ଇସ୍ତହାର ଭାବେ ଘୋଷଣା କରାଯିବ ବୋଲି କହିବା ସହିତ ପାର୍ଟି ନେତାଙ୍କ ଜରିଆରେ ସର୍ବଜନୀନ କରାଯିବ । ଏହାଛଡ଼ା ଇ-ମେଲ୍ ଓ ଓ୍ବେବସାଇଟ ମାଧ୍ୟମରେ ମଧ୍ୟ ପରାମର୍ଶ ନିଆଯିବ ।
ଲୋକସଭା ନିର୍ବାଚନକୁ ନେଇ କଂଗ୍ରେସ ୫ଟି ଗ୍ୟାରେଣ୍ଟି ଦେଇଛି । ଏଥିରେ ଜାତି ଜନଗଣନା ଆଧାରରେ ଭାଗିଦାରୀ ନ୍ୟାୟ ଏବଂ ଅନୁସୂଚିତ ଜତି ଓ ଜନଜାତି ବର୍ଗର ଏସି-ଏସଟି ବର୍ଗର ୫୦ପ୍ରତିଶତ ସଂରକ୍ଷଣ ହଟାଇବା କଥା କହିଛନ୍ତି । ‘ଯୁବ ନ୍ୟାୟ’ରେ ଆଧାରରେ କଂଗ୍ରେସ ସରକାରକୁ ଆସିବେ ୩୦ଲକ୍ଷ ସରକାରୀ ଚାକିରି ଦେବ ବୋଲି ପ୍ରତିଶ୍ରୁତି ଦେଇଛି । ଡିପ୍ଲୋମା ହୋଲ୍ଡରଙ୍କ ପାଇଁ ବାର୍ଷିକ ଏକ ଲକ୍ଷ ଚାକିରି ସୃଷ୍ଟି କରାଯିବ । ସାଇବର ସିକ୍ୟୁରିଟି ଉପରେ ଜୋର୍ ଦିଆଯିବ । ‘ଯୁବ ରଶ୍ମୀ’ ଆଧାରରେ ୪୦ ବର୍ଷରୁ କମ୍ ବୟସଙ୍କ ପାଇଁ ଷ୍ଟା-ଟପ୍ ତିଆରି କରାଯିବ । ‘କିଷାନ ନ୍ୟାୟ’ରେସ୍ବାମିନାଥନ କମିଟି ରିପୋର୍ଟ ଆଧାରରେ ଫସଲର ଏମଏସପି ଧାର୍ଯ୍ୟ କରାଯିବ ।
‘ନାରୀ ନ୍ୟାୟ’ ଆଧାରରେ ଗରିବ ପରିବାରର ମହିଳାଙ୍କୁ ବର୍ଷକୁ ୧ ଲକ୍ଷ ଟଙ୍କା ଦିଆଯିବ । ଶ୍ରମିକ ନ୍ୟାୟ ଆଧାରରେ ଏମଜିନରେଗାରେ ଦିନକୁ ଶ୍ରମ ମୂଲ୍ୟ ୪୦୦ ଟଙ୍କା କରାଯିବ ବୋଲି ଗ୍ୟାରେଣ୍ଟି ଦେଇଛି କଂଗ୍ରେସ ।