୨୯ରେ ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ଦେବେ ୩ଟି ଭେଟି
ଅନ୍ୟପକ୍ଷରେ ସେହିଦିନ ଓଡ଼ିଶା ସମେତ ସାରା ଦେଶରେ ୭୦ ବର୍ଷରୁ ଅଧିକ ବୟସ୍କଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରାଯିବ।

୨୯ତାରିଖ ଆୟୁର୍ବେଦିକ ଦିବସ ବା ଧନ୍ୱନ୍ତରୀ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟକୁ ୩ଟି ଭେଟି ବା ଉପହାର ଦେବେ । ସେହିଦିନ ଭୁବନେଶ୍ୱର ଜଟଣୀରେ ଉଦଘାଟନ ହେବ ଆୟୁର୍ବେଦିକ ଓ ନେଚରୋପାଥିକ୍ ହସ୍ପିଟାଲ । ୨୧ ଏକର ଜାଗାରେ ହେବ ଏହି ହସ୍ପିଟାଲ । ସେହିପରି ଗୋଠପାଟଣାରେ ସେଣ୍ଟ୍ରାଲ ଡ୍ରଗ୍ସ ଟେଷ୍ଟିଂ ୟୁନିଟ୍ ପ୍ରତିଷ୍ଠା କରାଯିବ ।
ଅନ୍ୟପକ୍ଷରେ ସେହିଦିନ ଓଡ଼ିଶା ସମେତ ସାରା ଦେଶରେ ୭୦ ବର୍ଷରୁ ଅଧିକ ବୟସ୍କଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରାଯିବ। ଭିସିରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏ ନେଇ ସୂଚନା ଦେଇଛନ୍ତି ।