ଆସିବ 'ଦେବାଳୟ ଯୋଜନା' - ଆଇନ ମନ୍ତ୍ରୀ
ପୂର୍ବ ସରକାରରେ ଅବଢ଼ା ଯୋଜନା ନାଁରେ କେବଳ ମରାମତି କଥା ଥିଲା ।

ରାଜ୍ୟ ସରକାର ଆଣୁଛନ୍ତି 'ଦେବାଳୟ ଯୋଜନା' । ରାଜ୍ୟର ବିଭିନ୍ନ ମଠ ମନ୍ଦିରର ସୁରକ୍ଷା ପାଇଁ ନୂଆ ଯୋଜନା ଆଣୁଛନ୍ତି ରାଜ୍ୟ ସରକାର । ଏହି ଯୋଜନା ସମ୍ପର୍କରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୋମବାର ସୂଚନା ଦେଇଛନ୍ତି। ଯୋଜନାକୁ ନେଇ ଚର୍ଚ୍ଚା ଆଲୋଚନା ସହ ବ୍ଲୁପ୍ରିଣ୍ଟ କରାଯାଉଥିବା ମନ୍ତ୍ରୀ କହିଛନ୍ତି।
ସେ କହିଛନ୍ତି, ପୂର୍ବ ସରକାରରେ ଅବଢ଼ା ଯୋଜନା ନାଁରେ କେବଳ ମରାମତି କଥା ଥିଲା । ମରାମତି, ରକ୍ଷଣାବେକ୍ଷଣ, ପରିଚାଳନା ସମସ୍ୟା ସମାଧାନ ଏହି ଯୋଜନାରେ ସବୁ ରହିଛି। ବିଶେଷକରି 'ଓଡ଼ିଶାର ସଂସ୍କୃତି ଯେଉଁ ମଠ ମନ୍ଦିର ସହ ଜଡ଼ିତ, ତା'ର ସୁରକ୍ଷା ଆମର ପ୍ରାଥମିକତା ବୋଲି ମନ୍ତ୍ରୀ କହିଛନ୍ତି ।