ଭିଜିଲାନ୍ସ ଜାଲରେ ପିଏଚଡ଼ି ଏଷ୍ଟିମେଟର

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ଜନସ୍ବାସ୍ଥ୍ୟ ବିଭାଗ (ପିଏଚଡ଼ି) ଏଷ୍ଟିମେଟର

ଭିଜିଲାନ୍ସ ଜାଲରେ ପିଏଚଡ଼ି ଏଷ୍ଟିମେଟର

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ଜନସ୍ବାସ୍ଥ୍ୟ ବିଭାଗ (ପିଏଚଡ଼ି) ଏଷ୍ଟିମେଟର । ରାୟଗଡ଼ା ଜନସ୍ବାସ୍ଥ୍ୟ ବିଭାଗ (ପିଏଚଡ଼ି) ଏଷ୍ଟିମେଟର ରମାକାନ୍ତ ମଲ୍ଲିକ ଜଣେ ଠିକାଦାରଙ୍କ ଠାରୁ ୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଝଞ୍ଜାବତୀ ନଦୀରେ ଥିବା ପମ୍ପ୍ ହାଉସ୍ ମରାମତି ବାବଦର ଏଷ୍ଟିମେଟ୍ କରିବା ପାଇଁ ଠିକାଦାର ସୁମନ୍ତ ପରିଡ଼ାଙ୍କ ଠାରୁ ଲାଞ୍ଚ ନେଉଥିଲେ ।
ଖବର ଅନୁଯାୟୀ, ଗତ ଫେବୃୟାରୀ ମାସରେ ଏହାର ମରାମତି କାର୍ୟ୍ୟ ହୋଇଥିବା ବେଳେ ଏଷ୍ଟିମେଟ୍ କରିବା ପାଇଁ ବାରମ୍ବାର ଲାଞ୍ଚ ମାଗିବାରୁ ଠିକାଦାର ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ । ଆଜି ଏଷ୍ଟିମେଟ୍‌ର ରମାକାନ୍ତ ମଲ୍ଲିକ ନିଜ ପ୍ରକୋଷ୍ଠରେ ଲାଞ୍ଚ ଟଙ୍କା ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ଏହାପରେ ସିରିକଣା ସ୍ଥିତ ତାଙ୍କ ଭଡା ଘରେ ମଧ୍ୟ ଚଢ଼ାଉ କରିଥିଲେ ।