ପବନ ବହିଲେ ବିଦ୍ୟୁତ୍ କାଟିବାକୁ ବାଧ୍ୟ: ପ୍ରତାପ
କାଳବୖଶାଖୀ ବର୍ଷା ଝଡ ହେଲେ ବିଦ୍ୟୁତ କାଟ ବାଧ୍ୟ : ଶକ୍ତି ମନ୍ତ୍ରୀ

ରାଜ୍ୟର ବିଭିନ୍ନ ସ୍ଥାନରୁ ଅଘୋଷିତ ବିଜୁଳି କାଟ ଖବର ଆସୁଛି । ରାଜଧାନୀ ଭୁବନେଶ୍ୱରରେ ବି ଘଣ୍ଟା ଘଣ୍ଟା ବିଜୁଳି କଟୁଛି । କିନ୍ତୁ ଆଜି ପାୱାରକଟକୁ ନେଇ ପ୍ରତାପ ଦେବ କହିଛନ୍ତି, ପାୱାରକଟ୍ କେଉଁଠି ହେଉନି । ବାରମ୍ବାର ଗଣମାଧ୍ୟମକୁ କହିଛି, ପାୱାରକଟ୍ ଶବ୍ଦ ବ୍ୟବହାର କରନ୍ତୁ ନାହିଁ । ପବନ ବହିଲେ ବିଦ୍ୟୁତ୍ କାଟିବାକୁ ବାଧ୍ୟ ।
କାଳବୈଶାଖୀ ଯେଉଁଭଳି ହେଉଛି, ଖୁଣ୍ଟ ଉପୁଡୁଛି । ଆଖି ପିଛୁଳାକେ ଏ କାମ ହୋଇଯିବନି । ଉପଭୋକ୍ତାମାନେ ଯେତେ ବିଦ୍ୟୁତ୍ ବ୍ୟବହାର କରୁଛନ୍ତି, ସେ ହାରରେ ଭିତ୍ତିଭୂମି ନାହିଁ । ଲୋଡ୍ କାପାସିଟି ସମ୍ଭାଳିବା ବଡ ଚ୍ୟାଲେଞ୍ଜ । ପାୱାର ସର୍ଟେଜ୍ ଅଛି ଏକଥା କହିବା ଭୁଲ୍ । ଭିତିଭୂମିର ତ୍ରୁଟି ରହିଛି । ରାଜ୍ୟ ସରକାରଙ୍କ କାମ ହେଉଛି କମ୍ପାନୀଗୁଡିକୁ ତାଗିଦ୍ କରି କାମ କରିବା ।