ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିବ ବିଜେଡି
ମଣିପୁର ପ୍ରସଙ୍ଗରେ ଲୋକସଭାରେ ବିରୋଧୀ ଆଇଏନଡିଆଇଏ ମେଣ୍ଟ ଦ୍ୱାରା ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବକୁ ବିଜୁ ଜନତା ଦଳ ବିରୋଧ କରିବ

ମଣିପୁର ପ୍ରସଙ୍ଗରେ ଲୋକସଭାରେ ବିରୋଧୀ ଆଇଏନଡିଆଇଏ ମେଣ୍ଟ ଦ୍ୱାରା ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବକୁ ବିଜୁ ଜନତା ଦଳ ବିରୋଧ କରିବ । ଅନାସ୍ଥା ପ୍ରସ୍ତାବ ଭୋଟିଂ ବେଳେ ସବୁ ଲୋକସଭା ସଦସ୍ୟ ଗୃହରେ ଉପସ୍ଥିତ ରହିବାକୁ ବିଜେଡି ପକ୍ଷରୁ କୁହାଯାଇଛି। ଦିଲ୍ଲୀ ସେବା ବିଲକୁ ମଧ୍ୟ ବିଜେଡି ସମର୍ଥନ କରିବ ବୋଲି ସାଂସଦ ତଥା ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର କହିଛନ୍ତି।