ଓଡ଼ିଶା ରାଜନୀତିରେ ପାଦ ଦେଲା ବିଆରଏସ୍ : ବିଜେଡି କହିଲା ପ୍ରଭାବ ପଡିବନି ଓଡ଼ିଶାରେ
କେସିଆରଙ୍କ ଦଳରେ ମିିଶିଲେ ଗିରିଧର ଗମାଙ୍ଗ, ଜୟରାମ ପାଙ୍ଗୀଙ୍କ ସମେତ ୯ ପୂର୍ବତନ ବିଧାୟକ, ବିଜେଡି କହିଲା ପ୍ରଭାବ ପଡିବନି ଓଡ଼ିଶାରେ
ଓଡ଼ିଶା ରାଜନୀତିରେ ପାଦ ଦେଲା ବିଆରଏସ୍ :
କେସିଆରଙ୍କ ଦଳରେ ମିିଶିଲେ ଗିରିଧର ଗମାଙ୍ଗ, ଜୟରାମ ପାଙ୍ଗୀଙ୍କ ସମେତ ୯ ପୂର୍ବତନ ବିଧାୟକ,
ବିଜେଡି କହିଲା ଓଡ଼ିଶାରେ ପଡିବନି ପ୍ରଭାବ
ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଂଗଙ୍କ ସମେତ ଓଡିଶାର ବହୁ ନେତା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ଭେଟିବା ପରେ ଯାହା ଚର୍ଚ୍ଚା ହେଉଥିଲା ସତ ହୋଇଛି । ଓଡିଶାର ବହୁ ନେତା ଗତକାଲି ହାଇଦ୍ରାବାଦ ଯାଇ କେସିଆରଙ୍କ ଦଳ ଭାରତ ରାଷ୍ଟ୍ର ସମିତିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପୁଅ ଶିଶିର ଗମାଙ୍ଗ ଓ ପତ୍ନୀ ହେମା ଗମାଙ୍ଗ ଦଳରେ ଅନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି ।
ଗମାଙ୍ଗ ପରିବାର ସମେତ ଓଡିଶାର ୯ ପୂର୍ବତନ ବିଧାୟକ ଏବଂ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ କେସିଆରଙ୍କ ଦଳରେ ସାମିଲ ହୋଇଛନ୍ତି । ଏହି ଖବର ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି । ଗମାଙ୍ଗ ପରିବାର ସମେତ ଜୟରାମ ପାଙ୍ଗିଙ୍କ ଭଳି ନେତା ବିଆରଏସରେ ସାମିଲ ହେଉଥିବାରୁ ଏହାର ପ୍ରଭାବ ଦକ୍ଷିଣ ଓଡ଼ିଶା, ବିଶେଷକରି କୋରାପୁଟ ଜିଲ୍ଲାରେ ପଡିବାର ସମ୍ଭାବନା ରହିଛି । ଚାଷ ଓ ଚାଷୀ ପ୍ରସଙ୍ଗ କେସିଆରଙ୍କ ମୁଖ୍ୟ ମୁଦ୍ଦା ହୋଇଥିବା ବେଳେ ଓଡ଼ିଶାର ଚାଷୀ ନେତାଙ୍କୁ ଦଳରେ ସାମିଲ କରିଛନ୍ତି । ତେଣୁ ଚର୍ଚ୍ଚା ହେଉଛି ଚାଷୀଙ୍କୁ ନିଜ ଦଳ ଆଡକୁ ଆଷର୍କିତ କରିବାକୁ ଉଦ୍ୟମ କରିପାରେ ଭାରତ ରାଷ୍ଟ୍ର ସମିତି ।
କେସିଆରଙ୍କ ଦଳରେ ଓଡିଶାର ନେତା ମିଶିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । କହିଛନ୍ତି, ମିଶ୍ରଣ ପର୍ବ, ଦଳ ଛାଡିବା, ଏକ ଗତାନୁଗତିକ ପ୍ରୋସେସ୍ । ଯାହାକୁ ଯେଉଁଠି ଭଲ ଲାଗିବ ସେ ସେଠିକୁ ଯିବେ ଓ କାର୍ଯ୍ୟ ଆରମ୍ଭ କରିବେ । କିନ୍ତୁ ଓଡିଶାର ଲୋକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଯୋଡି ହୋଇ ଅଛନ୍ତି । ନବୀନଙ୍କ ଯୋଜନାକୁ କେମିତି ଲୋକଙ୍କ ପାଖରେ ପହଞ୍ଚାଯିବ ତା ଉପରେ ଫୋକସ କରୁଛି ବିଜେଡି ।