୧୭ରେ ଆସିବେ ଶାହା

ଆସନ୍ତା ୧୭ ତାରିଖରେ ଓଡ଼ିଶା ଆସୁଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ।

୧୭ରେ ଆସିବେ ଶାହା

ଆସନ୍ତା ୧୭ ତାରିଖରେ ଓଡ଼ିଶା ଆସୁଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା । ଡେ଼ଙ୍କାନାଳରେ ଅନୁଷ୍ଠିତ ହେବାକୁ ଥିବା ବିଜେପିର ମହା ଜନସଂପର୍କ ପଦଯାତ୍ରାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏନେଇ ସୂଚନା ଦେଇଛନ୍ତି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ । ଜୁନ୍‌ ୩୦ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରେ ସାରା ଦେଶରେ ୫୧ଟି ‘ମହାରାଲି’ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି । ଏଥିରୁ ଓଡିଶାରେ ୪ଟି ‘ମହାରାଲି’ ହେବ ।

ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଯୋଗଦେବେ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପୂର୍ବରୁ ସୂଚନା ଦେଇଥିଲେ । ଶ୍ରୀ ସାମଲଙ୍କ କହିବା ଅନୁଯାୟୀ, ମୋଦୀ ସରକାରଙ୍କ ସେବା, ସୁଶାସନ ଓ ଗରିବକଲ୍ୟାଣର ଗତ ୯ ବର୍ଷର ସଫଳତାକୁ ପ୍ରତ୍ୟେକ ଘରେ ପହଞ୍ଚାଇବା ପାଇଁ ଏହି ମହାରାଲି ଆୟୋଜନ କରାଯାଉଛି । ରାଜସ୍ଥାନରେ ଆଜମେରରେ ଏହାର ଶୁଭାରମ୍ଭ ହୋଇସାରିଛି । ଏହି କ୍ରମରେ ଓଡିଶାରେ ୪ଟି ମହାରାଲି ହେବ । ଏହାସହ ରାଜ୍ୟରେ ହଜାରରୁ ଅଧିକ ଜନସଭା ଅନୁଷ୍ଠିତ ହେବ ।