ଚକ୍ଷୁ ଅସ୍ତ୍ରୋପଚାର ପାଇଁ ଅର୍ଜୁନ ବାହାଦୂରଙ୍କୁ ଆର୍ଥିକ ସହାୟତା
ତିର୍ତ୍ତୋଲ ବ୍ଲକ ତିର୍ତ୍ତୋଲ ପଞ୍ଚାୟତ ଅନ୍ତର୍ଗତ ଚକ୍ଷୁ ରୋଗରେ ପୀଡିତ ଅର୍ଜୁନ ବାହାଦୂରଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଓଡ଼ିଶାର ଅଗ୍ରଣୀ ସ୍ୱେସ୍ଥାସେବୀ ଅନୁଷ୍ଠାନ ଏବଂ ବିପଦର ବନ୍ଧୁ ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ

ତିର୍ତ୍ତୋଲ ବ୍ଲକ ତିର୍ତ୍ତୋଲ ପଞ୍ଚାୟତ ଅନ୍ତର୍ଗତ ଚକ୍ଷୁ ରୋଗରେ ପୀଡିତ ଅର୍ଜୁନ ବାହାଦୂରଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଓଡ଼ିଶାର ଅଗ୍ରଣୀ ସ୍ୱେସ୍ଥାସେବୀ ଅନୁଷ୍ଠାନ ଏବଂ ବିପଦର ବନ୍ଧୁ ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ | ସୂଚନା ଯୋଗ୍ୟ କି, ଅର୍ଜୁନ, ବୟସ ମାତ୍ର 32 ବର୍ଷ, ବାତ ରୋଗରେ ପୀଡିତ | ଗତ 15 ଦିନ ତଳେ ସେ ରାସ୍ତାରେ ଯାଉଥିବା ବେଳେ ତାଙ୍କୁ ବାତ ମାରିଥିଲା | ଯାହା ଫଳରେ ସେ ତଳେ ଅଚେତ ହୋଇ ପଡି ଯାଇଥିଲେ ଏବଂ ତାଙ୍କ ଡାହାଣ ଆଖିରେ ଗଭୀର ଆଘାତ ଲାଗିଥିଲା | ବର୍ତ୍ତମାନ ସେ ତାଙ୍କ ଡାହାଣ ଆଖିରେ ଦେଖି ପାରୁନାହାନ୍ତି | ଡାକ୍ତରଙ୍କ କହିବା ଅନୁଯାଇ ତାଙ୍କୁ ଚକ୍ଷୁ ଅସ୍ତ୍ରୋପଚାର କରିବାକୁ ପଡିବ | ଅର୍ଜୁନ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ପିଲା | ମୂଲ ମଜୁରୀ କରି ପରିବାର ପ୍ରତିପୋଷଣ କରନ୍ତି | ଚକ୍ଷୁ ଅସ୍ତ୍ରୋପଚାର ଲାଗି ଅର୍ଥ ସାଜିଛି ବାଧକ | ବିଭିନ୍ନ ଗଣମାଧ୍ୟମରୁ ଏହି ଦୁଃଖଦ ଖବର ପାଇ ମା ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ସଭାପତି ତଥା ସମାଜସେବୀ ଇଞ୍ଜିନିୟର ଶଙ୍ଖେଶ୍ଵର ପ୍ରସାଦ ମହାନ୍ତିଙ୍କ ପରାମର୍ଶ କ୍ରମେ ସଂଯୋଜକ ମାନସ କୁମାର ମଲ୍ଲିକ, ବରିଷ୍ଠ ସଦସ୍ୟ ଜୀବନଜ୍ୟୋତି ଜୟସିଂ ଏବଂ ସ୍ବେଚ୍ଛାସେବୀ ସଦସ୍ୟ ସରୋଜ ନାୟକ ପ୍ରମୁଖ ଅର୍ଜୁନଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଦଶ ହଜାର ଟଙ୍କାର ଆର୍ଥିକ ସହାୟତା ଦେବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ | ମା ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ବଦାନ୍ୟତା ପାଇଁ ଅର୍ଜୁନ ଏବଂ ତାଙ୍କ ପରିବାର କୃତଜ୍ଞତା ଜଣାଇଥିବା ବେଳେ ଅନୁଷ୍ଠାନର ଏହି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୁୟୀୟସୀ ପ୍ରଶଂସା କରାଯାଇଛି |