ସୋମବାର ଠାରୁ ବିଧାନସଭାରେ ବଜେଟ୍‍ ଅଧିବେଶନ

ଫେବୃଆରୀ ୫ ତାରିଖ ସୋମବାର ଠାରୁ ରାଜ୍ୟ ବିଧାନସଭାରେ ବଜେଟ୍‍ ଅଧିବେଶନ ଆରମ୍ଭ ହେବ

ସୋମବାର ଠାରୁ ବିଧାନସଭାରେ ବଜେଟ୍‍ ଅଧିବେଶନ

ଫେବୃଆରୀ ୫ ତାରିଖ ସୋମବାର ଠାରୁ ରାଜ୍ୟ ବିଧାନସଭାରେ ବଜେଟ୍‍ ଅଧିବେଶନ ଆରମ୍ଭ ହେବ। ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣ ଏବଂ ଏହା ପର ୨ ଦିନ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ ହେବ। ଏହାପରେ ୮ ତାରିଖ ଦିନ ବଜେଟ୍‍ ଉପସ୍ଥାପନ ହେବାର କାର୍ଯ୍ୟକ୍ରମ ରହିଛି। ସମୁଦାୟ ୭ ଦିନର ବଜେଟ୍‍ ଅଧିବେଶନରେ ଗୋଟିଏ ଦିନ ବେସରକାରୀ ସଦସ୍ୟଙ୍କ ପାଇଁ ଉଦ୍ଦିଷ୍ଟ ରହିଛି। ଅପରପକ୍ଷେ ଆଗକୁ ନିର୍ବାଚନ ହେବାକୁ ଯାଉଥିବାରୁ ଉଭୟ ବିରୋଧି ଦଳ ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ହେଲେ ଏଥର ବିରୋଧ ପାଇଁ ସମୟ ନମିଳିବାର ଆଶଙ୍କା ରହିଛି।